ରେପୋ ରେଟ୍ ୪% ଅପରିବର୍ତ୍ତିତ
ନୂଆଦିଲ୍ଲୀ : ଆଜକୁ ମିଶାଇ କ୍ରମାଗତ ୭ମଥର ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ରେପୋ ରେଟ୍ ୪%ରେ ଅପରିବର୍ତ୍ତିତ ରଖିଛି । ଏନେଇ ଶୁକ୍ରବାର ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି । ରେପୋ ରେଟ ୪% ଓ ରିଭର୍ସ ରେପୋରେଟ୍ ୩.୩୫%ରେ ଅପରିବର୍ତ୍ତିତ ରହିବ । ଲାଗି ରହିଥିବା ଅନିଶ୍ଚିତତା ଏବଂ ବୈଶ୍ବିକ ଆର୍ଥିକ ବଜାରରେ ଦ୍ରୁତ ପରିବତ୍ତର୍ନ ମଧ୍ୟରେ ଦେଶରେ ଚାଲିଥିବା ଅଭିବୃଦ୍ଧି ସୁଧାରରେ ସହଯୋଗ କରିବା ଲାଗି ଏହା ଆବଶ୍ୟକ ବୋଲି ରିଜର୍ଭ ବ୍ୟାଙ୍କ୍ ଦର୍ଶାଇଛି।
Reserve Bank of India keeps repo rate unchanged at 4%, maintains accommodative stance pic.twitter.com/fAhHBio4OR
— ANI (@ANI) August 6, 2021
ଆରବିଆଇ ଗଭର୍ଣ୍ଣର୍ ଶ୍ରୀ ଦାସ କହିଛନ୍ତି, ଭାରତୀୟ ରିଜର୍ଭ ବ୍ୟାଙ୍କ୍ ସୁଧ ହାର ୪%ରେ ଅପରିବର୍ତ୍ତିତ ରଖିଛି। ଆର୍ଥିକ ବ୍ୟବସ୍ଥାକୁ ଅର୍ଥ ଭରଣା କରିବା ନିମନ୍ତେ ଆବଶ୍ୟକ ଥିବା ପର୍ଯ୍ୟନ୍ତ ଏହା ଜାରି ରହିବ। ରିଜର୍ଭ ବ୍ୟାଙ୍କ୍ର ‘ମିନିଟାରି ପଲିସି କମିଟି’ ମଧ୍ୟ ରିଭର୍ସ ରେପୋ ରେଟ୍ ୩.୩%ରେ ଅପରିବର୍ତ୍ତିତ ରଖିଛନ୍ତି। ‘ମିନିଟାରି ପଲିସି କମିଟି’ର ତିନି ଦିନି ଧରି ଚାଲିଥିବା ବୈଠକ ପରେ ଆଜି ଉପରୋକ୍ତ ଘୋଷଣା କରାଯାଇଛି। ସ୍ବାସ୍ଥ୍ୟ ସଙ୍କଟ ଏବଂ କଠିନ କଣ୍ଟେନ୍ମେଣ୍ଟ୍ ପଦକ୍ଷେପକୁ ଲାଘବ କରିବା ଲାଗି ୨୦୨୦ ମାର୍ଚରୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ସମୁଦାୟ ରେପୋ ରେଟ୍ ୧୧୫ ବେସିସ୍ ପଏଣ୍ଟ୍ ହ୍ରାସ କରିଛି।
FADADADA
କୋଭିଡ ଦ୍ୱିତୀୟ ଲହର କବଳରୁ ଆର୍ଥିକ ସ୍ଥିତି ସୁଧୁରିପାରିନି । ଆର୍ଥିକ ବ୍ୟବସ୍ଥାକୁ ଅର୍ଥ ଭରଣା କରିବା ନିମନ୍ତେ ଆବଶ୍ୟକ ଥିବା ପର୍ଯ୍ୟନ୍ତ ଏହା ଜାରି ରହିବ।ଏମପିସିର ଆଶା ଅନୁଯାୟୀ ଅଗ୍ରଗତି କରୁଛି ଅର୍ଥନୀତି । ଜୁନରେ ମୁଦ୍ରାସ୍ଫୀତି ବଢିଛି । ୨୦୨୧-୨୨ରେ ଡିଜିପି ଅଭିବୃଦ୍ଧି ୯.୫% ହେବ ବୋଲି ଆଶା କରାଯାଉଛି । ଏହାସହିତ ୨୦୨୧-୨୨ ବର୍ଷରେ ସିପିଆଇ ମୁଦ୍ରାସ୍ଫୀତି ୫.୭ ପ୍ରତିଶତ ହେବ ବୋଲି ଆକଳନ କରାଯାଉଛି । ସେହିପରି ‘୨୦୨୦-୨୧ରେ ୫.୭% ଥିବା ‘କଞ୍ଜୁମର୍ ପ୍ରାଇସ୍ ଇଣ୍ଡେକ୍ସ୍’ (ସିପିଆଇ) ୨୦୨୨ ଏପ୍ରିଲ୍-ଜୁନ୍ରେ ୫.୧%କୁ ହ୍ରାସ ପାଇବ।