‘ଲାଇଗର’ର ଟ୍ରେଲର ରିଲିଜ, ଅଗଷ୍ଟ ୨୫ରେ ମୁକ୍ତିଲାଭ କରିବ ଫିଲ୍ମ
ହାଇଦ୍ରାବାଦ : ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ‘ଲାଇଗର’ର ଟ୍ରେଲର ରିଲିଜ କରିଛି । ଫିଲ୍ମ ‘ଲାଇଗର’ର ମୁଖ୍ୟ ଷ୍ଟାରକାଷ୍ଟ ହେଉଛନ୍ତି ଦକ୍ଷିଣ ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ଅନନ୍ୟା ପାଣ୍ଡେ । ଦର୍ଶକମାନେ ଦୀର୍ଘ ସମୟ ଧରି ଏହାର ଟ୍ରେଲର ରିଲିଜକୁ ଅପେକ୍ଷା କରିଥିଲେ ।
ବିଜୟଙ୍କ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଲାଇଗରର ଟ୍ରେଲର ବହୁତ ଦମଦାର ରହିଛି । ଏହି ୨ ମିନିଟର ଟ୍ରେଲରରେ ବିଜୟ ଦେବରାକୋଣ୍ଡା ଏକ ଜବରଦସ୍ତ ଷ୍ଟାଇଲରେ ନଜର ଆସିଛନ୍ତି । ଅନନ୍ୟା ପାଣ୍ଡେ ମଧ୍ୟ ବହୁତ ସୁନ୍ଦର ଅଭିନୟ କରିଛନ୍ତି । ଫିଲ୍ମ ବିଷୟରେ କହିବା ତ, ୨୦୧୯ ରେ ଫିଲ୍ମ ଘୋଷଣା କରାଯାଇଥିଲା ଏବଂ ୨୦୨୧ରେ ଏହାର ନାଁ ଉପରେ ମୋହର ଲଗାଯାଇଥିଲା । ଫେବୃଆରୀ ୨୦୨୧ରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା । ଏହି ଚଳଚ୍ଚିତ୍ରରେ ରାମ୍ୟା କୃଷ୍ଣନ୍ ମଧ୍ୟ ନଜର ଆସିବେ ।
ଚଳଚ୍ଚିତ୍ର ‘ଲାଇଗର୍’କୁ ଦକ୍ଷିଣର ଜଣାଶୁଣା ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ନିର୍ଦ୍ଦେଶନା ଦେଇଛନ୍ତି, ସେ ତେଲୁଗୁ ସିନେମାର ଏକ ଜଣାଶୁଣା ନାଁ । ବିଜୟ ଫିଲ୍ମ ‘ଲାଇଗର’ ସହିତ ବଲିଉଡରେ ଡେବ୍ୟୁ କରୁଛନ୍ତି, ତାଙ୍କ ବିପକ୍ଷରେ ଅନନ୍ୟା ପାଣ୍ଡେ ନଜର ଆସିଛନ୍ତି । ଆମେରିକୀୟ ବକ୍ସର ମାଇକ ଟାଇସନଙ୍କ ମଧ୍ୟ ଏହି ଫିଲ୍ମରେ ଏକ କ୍ୟାମୋ ରହିଛି । ଏହି ଫିଲ୍ମ ୨୦୨୨ ଅଗଷ୍ଟ ୨୫ରେ ମୁକ୍ତିଲାଭ କରିବ। ଏହା ବ୍ୟତୀତ କରଣ ଜୋହରଙ୍କ ଲୋକପ୍ରିୟ ଟକ୍ ସୋ କଫି ୱିଥ୍ କରନ୍ ସିଜନ୍ ୭ ଜୁଲାଇ ୭ରେ ଡିସ୍ନି ପ୍ଲସ୍ ହଟଷ୍ଟାରରେ ଡେବ୍ୟୁ କରିବାକୁ ଯାଉଛି । ସୋ’ ସହିତ ଜଡିତ ଅନେକ ପ୍ରମୋ ମଧ୍ୟ ସାମ୍ନାକୁ ଆସିଛି ।