ଆମ ରୋଷେଇ- “ମିଠା (ସୁଇଟ) ପନିର୍ କୋରମା”
ସାମଗ୍ରୀ :
ପନୀର – ୧୦୦ ଗ୍ରାମ୍ (୧ X ୩ ଇଞ୍ଚ ସାଇଜରେ କଟା)
ଗାଜର -୧ଟି (ପନୀର ସାଇଜରେ କଟା)
ବିନ୍ – ୮-୧୦ଟି (ପନୀର ସାଇଜରେ କଟା)
ବଡ଼ କ୍ୟାପ୍ସିକମ – ୧ଟି (ପନୀର ସାଇଜରେ କଟା)
ବଡ଼ ପିଆଜ – ୧ଟି (ଚିକ୍କଣ କରି ବଟା ହେବ)
କାଜୁ – ୧୦ଟି (ଚିକ୍କଣ କରି ବଟା ହେବ)
ମଗଜ – ୧ ଟେବୁଲ୍ ଚାମଚ (ଚିକ୍କଣ କରି ବଟା ହେବ)
ନଡ଼ିଆ କୋରା – ୧ ଟେବୁଲ୍ ଚାମଚ
ଡାଲଚିନି – ୧ ଇଞ୍ଚ
ଲବଙ୍ଗ – ୪-୫ଟି
ଗୁଜୁରାତି – ୩ଟି
ତେଜ ପତ୍ର – ୨ ଟି
ଗୋଲମରିଚ ଗୁଣ୍ଡ – ୧/୨ ଚାମଚ
ଚିନି – ୧ ଚାମଚ
ଜାଇତ୍ରୀ ଗୁଣ୍ଡ – ୧/୩ ଚାମଚ
ଲୁଣ – ସ୍ବାଦାନୁସାରେ
ସାଫ୍ରନ୍ (saffron) – ୧ ଚିମୁଟା
ଉଷୁମ କ୍ଷୀର – ୨ ଟେବୁଲ୍ ଚାମଚ
ରିଫାଇନ୍ ତେଲ – ୨-୩ ଟେବୁଲ୍ ଚାମଚ
ପ୍ରଣାଳୀ-
କରେଇରେ ତେଲ ଗରମ କରି ଗାଜର, ପିଆଜ, କ୍ୟାପ୍ସିକମ୍ ଓ ବିନ୍ ପକାଇ ହାଲକା ଭାଜି ରଖନ୍ତୁ । ପରେ ତେଜପତ୍ର ଓ ଗୋଟା ମସଲା ପକାଇ ଫୁଟାନ୍ତୁ । ହୋଇଗଲେ କାଜୁ, ନଡ଼ିଆ ଓ ମଗଜ ବଟା ପକାଇ ଚିନି ଓ ଲୁଣ ଦେଇ ଗୋଳାନ୍ତୁ । ୩-୪ ମିନିଟ୍ ଗୋଳାଇବା ପରେ ପନୀର ପରିବା ଭଜା ପକାଇ ୧ କପ୍ ପାଣିଦିଅନ୍ତୁ । କମ୍ ଆଞ୍ଚରେ ବସାନ୍ତୁ । ଉଷୁମ କ୍ଷୀରରେ ସାଫରନ୍ ମିଶାଇ ଏଥିରେ ଢାଳନ୍ତୁ । ଜାଇତ୍ରୀ ଓ ଗୋଲମରିଚ ଗୁଣ୍ଡ ପକାଇ ଘୋଡ଼ାଇ ୨-୩ ମିନିଟ୍ ଆଞ୍ଚରେ ବସାଇ ଓହ୍ଲାଇ ଆଣନ୍ତୁ । ପଲାଉ, ରୁଟି ବା ପରଟା ସହ ପରଶନ୍ତୁ ।
ଆମ ରୋଷେଇ- “ମିଠା (ସୁଇଟ) ପନିର୍ କୋରମା” କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ