ଶାଗ ବେସର
ଆବଶ୍ୟକ ସାମଗ୍ରୀ :
କୋଶଳା ଶାଗ-୧ ବିଡ଼ା, ଆଳୁ- ୧୦୦ଗ୍ରାମ, ସାରୁ- ୧୦୦ଗ୍ରାମ, ବାଇଗଣ- ୧୦୦ଗ୍ରାମ, କଖାରୁ-୫୦ଗ୍ରାମ, ଗୋଟାବୁଟ- ୨୫ ଗ୍ରାମ, ବଡ଼ି- ୧୫ଗ୍ରାମ, ନଡ଼ିଆ କୋରା-୧/୨କପ, ସୋରିଷ-୩ ଚାମଚ(ଛୋଟ), ଗୋଲମରିଚ-୨ଚାମଚ(ଛୋଟ), ଫୁଟଣ-୧ଚାମଚ, ଶୁଖିଲା ଲଙ୍କା-୨ଟା, ହେଙ୍ଗୁ-୧ ଚାମଚ, ଗୁଆଘିଅ-୨ଚାମଚ, ସ୍ୱାଦ ଅନୁସାରେ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ :
କୋଶଳା ଶାଗକୁ ବାଛି ଭଲଭାବରେ ଧୋଇ କାଟି ରଖନ୍ତୁ । ପରିବାଗୁଡ଼ିକୁ ଛୋଟ ଛୋଟ ଖଣ୍ଡ କରି କାଟି ଧୋଇ ରଖନ୍ତୁ । ଗୋଟା ବୁଟ ବତୁରାଇ ସିଝାଇ ରଖନ୍ତୁ । ବଡ଼ି ଭାଜି ରଖନ୍ତୁ । ନଡ଼ିଆ କୋରା, ସୋରିଷ ଓ ଗୋଲମରିଚକୁ ବାଟି ରଖନ୍ତୁ । କଡ଼ାଇରେ ୩/୪ କପ୍ ପାଣି ଦିଅନ୍ତୁ । ପାଣି ଫୁଟି ଆସିଲେ ପୂର୍ବରୁ କାଟି ରଖିଥିବା ପରିବା,ସିଝାବୁଟ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଢାଙ୍କୁଣି ଘୋଡ଼ାଇ ୧୦/୧୫ ମିନିଟ୍ ଧିମି ଆଂଚ ରେ ରାନ୍ଧନ୍ତୁ । ପରିବା ସିଝି ଆସିଲେ ପୂର୍ବରୁ ବାଟି ରଖିଥିବା ମସଲା ଓ ଭଜା ବଡ଼ି ପକାନ୍ତୁ ଓ ୧୦/୧୫ ମିନିଟ ଭଲଭାବରେ ଗୋଳାନ୍ତୁ ଶେଷରେ କଟା ଶାଗ ପକାଇ ଗୋଳାଇ ଚୂଲିରୁ କଡ଼ାଇ ଓହ୍ଲାଇ ରଖନ୍ତୁ । ଅନ୍ୟ ଏକ କଡ଼ାଇରେ ଘିଅ ପକାନ୍ତୁ । ଘିଅ ଗରମ ହୋଇଆସିଲେ ସେଥିରେ ଶୁଖିଲା ଲଙ୍କା, ଫୁଟଣ ଓ ହେଙ୍ଗୁ ପକାନ୍ତୁ । ଫୁଟଣ ଫୁଟିଆସିଲେ ପୂର୍ବରୁ ସିଝାଇ ରଖିଥିବା ପରିବା ପକାନ୍ତୁ ଓ ଭଲଭାବରେ ଗୋଳାନ୍ତୁ । ଚୂଲିରୁ ଓହ୍ଲାଇ ସାଧା ଭାତ ସହିତ ଗରମ ଗରମ ପରିବେଷଣ କରନ୍ତୁ ।