ମସୁର ଡାଲି ପକୋଡ଼ା
ସାମଗ୍ରୀ:
ମସୁର ଡାଲି ୨ କପ୍, କଞ୍ଚା ଲଙ୍କା ୩ଟି, ଚଉଠେ ଚାମଚ ହଳଦୀ ଗୁଣ୍ଡ, ଅଦା ପେଷ୍ଟ ୧ ଚାମଚ, ୧ଟି ପିଆଜ, ଆବଶ୍ୟକ ଅନୁସାରେ ଲୁଣ ଏବଂ ତେଲ ।
ପ୍ରଣାଳୀ:
ମସୁର ଡାଲିକୁ ୪-୫ ଘଣ୍ଟା ପୂର୍ବରୁ ବତୁରାଇ ଦିଅନ୍ତୁ । ଏଥରକ କଞ୍ଚା ଲଙ୍କା ପକାଇ ଗ୍ରାଇଣ୍ଡିଂ କରି ନିଅନ୍ତୁ । ଏହି ପେଷ୍ଟରେ ହଳଦୀଗୁଣ୍ଡ, ପିଆଜ କଟା, ଅଦା ଛେଚା ଏବଂ ଲୁଣ ପକାଇ ଭଲ ଭାବେ ମିଶାଇ ନିଅନ୍ତୁ । ଇଚ୍ଛା ହେଲେ ଦୁଇ ଚାରିକୋଲା ରସୁଣ ବି ଛେଚି ଦେଇପାରିବେ । କଡ଼ାଇରେ ତେଲ ଗରମ କରି ଛାଣି ନିଅନ୍ତୁ । ଟମାଟୋ ଚଟଣୀ କିମ୍ବା ସସ୍ ସହିତ ଗରମ ଥିବା ଅବସ୍ଥାରେ ପରିବେଷଣ କରନ୍ତୁ ।