ଆମ ରୋଷେଇ- “ଇଡଲି ଚାଟ୍”
ସାମଗ୍ରୀ :-
ଇଡ୍ଲି -୧୨ଟି, ପାମ୍ପୁଡ଼ି- ୨୦ଟି, ସିଝା କାବୁଲି ଚଣା-୫୦ ଗ୍ରାମ୍, ପନିର୍- ୭୫ ଗ୍ରାମ୍, ସିଝା ଆଳୁ-୫୦ଗ୍ରାମ୍, ପୁଦିନା ଚଟଣୀ୪ ଚାମଚ, ସୁଣ୍ଠିଗୁଣ୍ଡ-୪ ଚାମଚ, ମିଠାଦହି୧୦ ଚାମଚ, ଲଙ୍କା ଗୁଣ୍ଡ-୧ ଚାମଚ, ଆବଶ୍ୟକ ଅନୁସାରେ ତେଲ, ସ୍ୱାଦ ଅନୁସାରେ ଲୁଣ । ସଜାଇବାକୁ କଟା କଞ୍ଚା ଲଙ୍କା, ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ :-
ଇଡ୍ଲିକୁ ଚାରିଫାଳ କରି ରଖନ୍ତୁ । ପନିର୍ ଓ ସିଝା ଆଳୁକୁ ଖଣ୍ଡ ଖଣ୍ଡ ଥିବା ଭଳି ଚକଟନ୍ତୁ । ଏବେ କାବୁଲି ଚଣା, କଂଚା ଲଙ୍କା, ଧନିଆ, ଲୁଣ ଓ ଲଙ୍କା ଗୁଣ୍ଡକୁ ଗୋଟିଏ ପାତ୍ରରେ ରଖନ୍ତୁ । ଏଥିରେ ପାମ୍ପୁଡ଼ିକୁ ଚୁନାକରି ପକାନ୍ତୁ । ପରେ ସମସ୍ତ ସାମଗ୍ରୀକୁ ଏକସଙ୍ଗେ ମିଶାନ୍ତୁ । ଏବେ ପୁଦିନା ଚଟଣୀ ଓ ସୁଣ୍ଠି ଗୁଣ୍ଡ ପକାଇ ଭଲଭାବେ ଗୋଳାନ୍ତୁ । ତା’ପରେ ଅନ୍ୟ ଏକ ବଡ଼ ପାତ୍ରରେ ଏହି ମିଶ୍ରଣକୁ ଏକାଠି କରି ତା’ ଉପରେ ଦହି ମିଶାନ୍ତୁ । ଏବେ ଧନିଆ ପତ୍ର ପକାଇ ସଜାନ୍ତୁ । ପ୍ରସ୍ତୁତ ହେଲା ଇଡ୍ଲି ଚାଟ୍ । ଶେଷରେ ତା’ଉପରେ କଂଚା ସୋରିଷ ତେଲ ପକାଇ ପରଷନ୍ତୁ ।