ଆମ ରୋଷେଇ – ‘ଡାଲ ପାଳଙ୍ଗ’
ସାମଗ୍ରୀ: ହରଡ଼ଡାଲି- ୨୫୦ଗ୍ରାମ, ପାଳଙ୍ଗ ଶାଗ-୨ବିଡ଼ା, ଟମାଟୋ କଟା- ୨୫୦ ଗ୍ରାମ, କଞ୍ଚାଲଙ୍କା- ୪ଟା, ଜିରା- ୧ ଚାମଚ, ଶୁଖିଲା ଲଙ୍କା- ୪ଟା, ଜିରା- ୧ଚାମଚ, ଶୁଖିଲା ଲଙ୍କା- ୪ଟା, ପିଆଜ କଟା- ୧ଟା, ଅଦା କଟା- ୧ ଚାମଚ, ଗରମ ମସଲା- ୧ ଚାମଚ, ଘିଅ- ୨ ଚାମଚ ।
ପ୍ରସ୍ତୁତି: କରେଇରେ ଘିଅଦେଇ ଜିରା, ଶୁଖିଲା ଲଙ୍କା, ତେଜପତ୍ର, ପିଆଜ କଟା, ଅଦା କଟା, କଂଚାଲଙ୍କା, ଟମାଟୋ କଟା, ହଳଦୀକୁ କଷ । ପାଳଙ୍ଗ ଶାଗକୁ କାଟି ଧୋଇ ପକାଅ । ଏଥର ଗର ମସଲା ଟିକେ ପକାଇ ଗୋଳାଇ ଅନ୍ୟପଟେ ହରଡ଼ ଡାଲିରେ ଲୁଣ ହଳଦୀ ଦେଇ ସିଝାଇ, ପାଳଙ୍ଗ ଶାଗରେ ଗୋଳାଇ ଅଳ୍ପ ସମୟ ଫୁଟାଇ ଓହ୍ଲାଇ ଦେବ ।