ନିଜର ନ୍ୟୁଡ୍ ଫଟୋ ସେୟାର କଲେ ରଣବୀର, ସୋସିଆଲ୍ ମିଡିଆରେ ଭାଇରାଲ
ମୁମ୍ବାଇ : ନିଜର ଅତରଙ୍ଗୀ ଫ୍ୟାଶନ ଅନ୍ଦାଜ୍ ପାଇଁ ବେଶ୍ ଜଣାଶୁଣା ଅଭିନେତା ରଣବୀର ସିଂ। ପ୍ରାୟତଃ ତାଙ୍କ ଡ୍ରେସିଙ୍ଗ୍ ସେନ୍ସସ୍କୁ ନେଇ ସବୁବେଳେ ଆଲୋଚନା ହୋଇଥାଏ। କିଏ ତାଙ୍କୁ ପ୍ରଶଂସା କରୁଥିବା ବେଳେ ଅନ୍ୟ କେହି ଟ୍ରୋଲ୍ କରିଥାନ୍ତି । କିନ୍ତୁ ଏସବୁକୁ ଖାତିର ନକରି ସେ ନିଜ ଫ୍ୟାଶନ ଉପରେ ଧ୍ୟାନ ଦିଅନ୍ତି । ହେଲେ ବର୍ତ୍ତମାନ ତାଙ୍କ ଗେଟ୍ଅପ୍ ଚର୍ଚ୍ଚାରେ ଅଛି । ତାହା ପୁଣି ପୋଷାକ ପାଇଁ ନୁହେଁ । ବିନା ପୋଷାକରେ ନିଜର ନ୍ୟୁଡ୍ ଫଟୋ ସେୟାରଛନ୍ତି। ତାଙ୍କର ଏହି ଫଟୋ ଚିତ୍ର ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ଜଣାପଡିଛି କି ରଣବୀରଙ୍କ ଏହି ଫଟୋସୁଟ୍ ଗୁଡ଼ିକ ଏକ ମ୍ୟାଗାଜିନ୍ ପାଇଁ କରିଛନ୍ତି।
.@RanveerOfficial: the Last Bollywood Superstar https://t.co/mMuFPyFP44 pic.twitter.com/eQkD3baj17
— Paper Magazine (@papermagazine) July 21, 2022
ନିକଟରେ ରଣବୀର ଏକ ତୁର୍କୀ କାର୍ପେଟରେ ବିଭିନ୍ନ ଷ୍ଟାଇଲ୍ରେ ପୋଜ୍ କରୁଥିବାର ଦେଖିବାକୁ ମିଳିଛି । କିଛି ଫଟୋରେ ସେ ଶୋଇଥିବା ବେଳେ ଅନ୍ୟ କିଛି ଫଟୋରେ ସେ ଠିଆ ହୋଇଛନ୍ତି। ସେ ପେପର ମାଗାଜିନ ପାଇଁ ଏହି ଫଟୋସୁଟ କରିଛନ୍ତି । ରଣବୀରଙ୍କ ଏହି ଫଟୋ ପୋଜ୍ ବର୍ଟ ରେନୋଲ୍ଡସ୍ଙ୍କ ଦ୍ୱାରା ଅନୁପ୍ରାଣିତ। ସେ ମଧ୍ୟ ସମାନ ମ୍ୟାଗାଜିନ୍ ପାଇଁ ଏକ ନ୍ୟୁଡ୍ ଫଟୋସୁଟ୍ ମଧ୍ୟ କରିଥିଲେ। ଏନେଇ ମ୍ୟାଗାଜିନ୍ଙ୍କୁ ଦେଇଥିବା ସାକ୍ଷାତକାରରେ ରଣବୀର ତାଙ୍କ ଫ୍ୟାଶନ ବିଷୟରେ କହିଥିଲେ କି ‘ଫିଜିକାଲି ନ୍ୟୁଡ୍ ହେବା ମୋ ପାଇଁ ବହୁତ ସହଜ। ମୋର ଅନେକ ଫରଫର୍ମାନ୍ସରେ ମଧ୍ୟ ମୁଁ ଉଲଗ୍ନ ହୋଇଛି ।ଆପଣ ମୋର ଆତ୍ମାକୁ ଦେଖି ପାରିବ । ସେ କେତେ ଉଲଗ୍ନ? ମୁଁ ଏକ ହଜାର ଲୋକଙ୍କ ସାମ୍ନାରେ ଉଲଗ୍ନ ହୋଇପାରେ। ଏହା ମୋ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ ।