ଭାରତ ଯୋଡ଼ ଯାତ୍ରାରେ ସାମିଲ ହେଲେ ପ୍ରିୟଙ୍କା ଗାନ୍ଧୀ ଓ ରବର୍ଟ ଭଦ୍ରା
ନୂଆଦିଲ୍ଳୀ : ଭାରତ ଯୋଡ଼ ଯାତ୍ରାରେ ସାମିଲ ହେଲେ ପ୍ରିୟଙ୍କା ଗାନ୍ଧୀ ଓ ସ୍ୱାମୀ ରବର୍ଟ ଭଦ୍ରା। ମଧ୍ୟପ୍ରଦେଶର ଖଣ୍ଡବାରେ ରାହୁଲ ଗାନ୍ଧୀଙ୍କ ସହ ଭଉଣୀ ପ୍ରିୟଙ୍କା ଏବଂ ଭିଣୋଇ ରବର୍ଟ ଭଦ୍ରା ଯୋଗ ଦେଇଛନ୍ତି। ରାହୁଲଙ୍କ ସହ ଉଭୟ କଦମତାଲ କରୁଥିବାର ନଜର ଆସିଛନ୍ତି। ଏହି ସମୟରେ ପ୍ରିୟଙ୍କା ଏବଂ ରବର୍ଟ ଭଦ୍ରାଙ୍କ ପଛରେ ତାଙ୍କ ପୁଅ ରେହାନ ମଧ୍ୟ ନଜର ଆସିଥିଲେ।
କଂଗ୍ରେସର ଭାରତ ଯୋଡ଼ ଯାତ୍ରା ବୁଧବାର ମଧ୍ୟପ୍ରଦେଶରେ ପ୍ରବେଶ କରିଛି। ୩୫୭୦ କିଲୋମିଟରର ପଦଯାତ୍ରା ରାଜ୍ୟରେ ଗୁରୁବାର ବୋରଗୋନ୍ ଗ୍ରାମରୁ ଆରମ୍ଭ ହୋଇଥିଲା। ଏଠାରେ ରାହୁଲ ଗାନ୍ଧୀଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଭାରତ ଜୋଡ଼ୋ ଯାତ୍ରାରେ ସାମିଲ୍ ହୋଇଛନ୍ତି। ଏହି ସମୟରେ ସେ ରାହୁଲ ଗାନ୍ଧୀଙ୍କ ସହ କଦମତାଲ କରୁଥିବା ନଜର ଆସିଥିଲେ। ୨.୩୫ ରେ ଏକ ଆଦିବାସୀ ସଭାର ଆୟୋଜନ ହେବ।
ସୂଚନା ଯେ, ଆସନ୍ତା ଡିସେମ୍ବର ୫ରେ ଭାରତ ଯୋଡ଼ ଯାତ୍ରା ରାଜସ୍ଥାନରେ ପ୍ରବେଶ କରିବା ପୂର୍ବରୁ ଛଅ ଜିଲା ବୁରହାନପୁର, ଖଣ୍ଡବା, ଖରଗୋନ, ଇନ୍ଦୋର, ଉଜ୍ଜେନ ଏବଂ ଆଗ୍ରା-ମାଲଓ୍ବାର ୨୫-୩୦ ବିଧାନସଭା କ୍ଷେତ୍ରରୁ ହୋଇ ମଧ୍ୟପ୍ରଦେଶରେ ୩୯୯ କିଲୋମିଟର ଦୂର ଅତିକ୍ରମ କରିବ।