ମୂଲ୍ୟବୋଧ ସାମ୍ବାଦିକତା କ୍ଷେତ୍ରରେ ପ୍ରଦ୍ୟୁମ୍ନ ବଳଙ୍କ ପଟାନ୍ତର ନାହିଁ ପ୍ରଦ୍ୟୁମ୍ନ ବଳ ଜୟନ୍ତୀ କମିଟିର ଅଧ୍ୟକ୍ଷ ହରିଶ୍ଚନ୍ଦ୍ର ନନ୍ଦ ଗୋସ୍ୱାମୀଙ୍କୁ ସମ୍ବର୍ଦ୍ଧନା
ବାରିପଦା : ମୂଲ୍ୟବୋଧ ଭିତିକ ସାମ୍ବାଦିକତାର ପ୍ରତୀକ ତଥା ସାଲିସବିହୀନ ରାଜନେତା ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହ ଆସନ୍ତା ନଭେମ୍ବର ୮ ତାରିଖରେ ପାଳନ କରାଯିବାର ସ୍ଥିର ହୋଇଛି । ଏହି ବିଶେଷ ସମାରୋହ ଲାଗି ରାଜ୍ୟସ୍ତରୀୟ ଜୟନ୍ତୀ କମିଟିର ପୁନର୍ଗଠନ କରାଯାଇଥିବା ବେଳେ ମୟୂରଭଂଜ ଜିଲ୍ଲା ବେତନଟୀର ବରିଷ୍ଠ ସାମ୍ବାଦିକ, ସଂଗଠକ ତଥା ଅବସରପ୍ରାପ୍ତ ଶିକ୍ଷକ ହରିଶ୍ଚନ୍ଦ୍ର ନନ୍ଦ ଗୋସ୍ୱାମୀଙ୍କୁ ରାଜ୍ୟ ସ୍ତରୀୟ କମିଟିର ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଥିବାର ଜଣା ଯାଇଛି । ତେବେ ଏହି ଅବସରରେ ତାଙ୍କୁ ବହୁ ସଂଗଠନ ତଥା ବରିଷ୍ଠ ବୁଦ୍ଧିଜିବୀ ମାନେ ଶୁଭେଚ୍ଛା ଜ୍ଞାପନ କରିଥିବା ବେଳେ, ଆଜି ବେତନଟି ପୂର୍ତ ବିଭାଗ ବଙ୍ଗଳା ଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ପ୍ରଗତିବାଦୀ ପରିବାର ପକ୍ଷରୁ ଜିଲ୍ଲା ପ୍ରତିନିଧି ଦୀପକ କୁମାର ନାୟକ, ସ୍ଥାନୀୟ ରୋଟାରୀ କ୍ଲବର ସଭାପତି ଶିରିଶ ଚନ୍ଦ୍ର ବାରିକ, ସିଭିଲ ସୋସାଇଟିର ସଭାପତି ଚୁଡାମଣି ମହାପାତ୍ର, ବେତନଟୀ ବାର ଏସୋସିଏସନର ଶଚିଦାନନ୍ଦ ମହାନ୍ତି, ମୟୂରଭଂଜ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅରୁଣ କୁମାର ଓତା, ବୈଶିଙ୍ଗା ମେଡିଆ ସେଂଟର ର ସଭାପତି ସଂଜୟ କୁମାର ମିଶ୍ର, ମାରୁୱାଡି ଯୁବମଂଚର ଦିନେଶ କୁମାର ଓଝା, ବେତନଟୀ ବ୍ୟବସାୟୀ ସଂଘର ସୁନୀଲ କୁମାର ଖଣ୍ଡେଲୱାଲ, ଜାତୀୟ ମାନବାଧିକାର ସାମୁଖ୍ୟର ଜାତୀୟ ଉପସଭାପତି ତପନ କୁମାର ପତି, ପ୍ରଗତିବାଦୀର ବାରିପଦା ସହର ପ୍ରତିନିଧି ଦିଲ୍ଲିପ କୁମାର ପାତ୍ର ପ୍ରମୁଖ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇ ଶ୍ରୀଯୁକ୍ତ ନନ୍ଦ ଗୋସ୍ୱାମୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବ ଶୁଭେଚ୍ଛା ଜ୍ଞାପନ କରିବା ସହ ଏହା ଆମ ଜିଲ୍ଲା ପାଇଁ ଗୌରବର ବିଶଦୟ ବୋଲି କହିଛନ୍ତି । ଏହି ଅବସର ରେ ଆୟୋଜିତ ଆଲୋଚନା ଚକ୍ରରେ ଉପସ୍ଥିତ ବୁଦ୍ଧିଜିବୀ ମାନେ ଅଂଶ ଗ୍ରହଣ କରି ଓଡିଶାରେ ମୂଲ୍ୟବୋଧ ଭିତିକ ସାମ୍ବାଦିକତା ପ୍ରସଙ୍ଗରେ ଆଲୋଚନା କରି ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ସ୍ମୃତିଚାରଣ କରିବା ସହିତ ସ୍ୱର୍ଗତଃ ବଳ ସାଧାରଣ ଜନତାର ସଂଗ୍ରାମ ପଥର ଯାତ୍ରୀ ଥିଲେ । ତତ୍କାଳୀନ ରାଜନିତିରେ ଜାତୀୟ ସ୍ତରରେ ନିଜର ପତିୟାରା ଜାହିର କରୁଥିବା ଜଣେ ସାଲିସ ବିହିନ ରାଜନେତା ଓ ସାମ୍ବାଦିକ ଭାବରେ ସେ ପ୍ରାଚୁର୍ଯ୍ୟକୁ ଛାଡି ସଂଗ୍ରାମର ପଥ ସାମ୍ବାଦିକତାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରି ସାମାଜିକ ପ୍ରଗତୀ ପାଇଁ ଯେଭଳି ଭାବରେ ତ୍ୟାଗର ପରାକାଷ୍ଠା ପ୍ରତିପାଦିତ କରିଛନ୍ତି ତାହା ବାସ୍ତବରେ ବିରଳ ବୋଲି ବୋଲି ବକ୍ତାମାନେ କହିଥିଲେ । ପ୍ରଗତିବାଦୀ ୫୦ ବର୍ଷରେ ପାଦ ଦେଇଥିବା ବେଳେ ଏହାର ପ୍ରତିଷ୍ଠାତାଙ୍କ ନିତିଆଦର୍ଶରେ ଏବେବି ପରିଚାଳିତ ହୋଇ ଆସୁଥିବା ଏକ ନିର୍ଭିକ ଓ ନିରପେକ୍ଷ ସମ୍ବାଦ ପତ୍ର ଭାବରେ ନିଜର ସ୍ୱତନ୍ତ୍ରତା ବଜାୟ ରଖିଛି । ପ୍ରଗତିବାଦୀର ପରିଚାଳନା କମିଟି ମୟୂରଭଂଜ ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ପ୍ରଦ୍ୟୁମ୍ନ ବଳ ଜୟନ୍ତୀ କମିଟିର ଅଧ୍ୟକ୍ଷ ଭାବେ ନିର୍ବାଚିତ କରିଥିବାରୁ ପରିଚାଳନା କମିଟିର ସମସ୍ତଙ୍କୁ ମୟୂରଭଂଜ ଜିଲ୍ଲା ପକ୍ଷରୁ କୃତଜ୍ଞତା ଜଣାଇବା ସହ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।