ପୋଲିସ କବ୍ଜାରେ ଲୁଟେରା ଗ୍ୟାଙ୍ଗ : ୫ ଗିରଫ, ୨୪ଟି ସୁନାଚେନ ସହ ୬ଟି ଫୋନ ଜବତ
ଭୁବନେଶ୍ୱର : ଭୁବନେଶ୍ୱର କଳ୍ପନା ଛକରୁ ଧରା ହେଲେ ୫ ଲୁଟେରା ଗ୍ୟାଙ୍ଗ। ୨୪ଟି ସୁନାଚେନ ସହ ୬ଟି ଫୋନ ଜବତ। ପିଓପିଡି ଟିମ୍ ଓ ସ୍ପେସାଲ ସ୍କ୍ୱାର୍ଡ ୬୦ ମିଳିତ ଭାବେ ସ୍ୱତନ୍ତ୍ର ଅପରେସନ କରୁଥିଲେ। ଲୁଟେରା ଗ୍ୟାଙ୍ଗ ଚୋରି ବାଇକରେ ମହିଳାମାନଙ୍କୁ ଟାର୍ଗେଟ କରି ସୁନାଚେନ ଲୁଟୁଥିଲେ। ପୁରୀ, ଭୁବନେଶ୍ୱର ଓ ଖୋର୍ଦ୍ଧା ଅଞ୍ଚଳରୁ ଲୁଟ୍ ହେଉଥିଲା।
ସୂଚନା ଯେ, ଗତ କିଛି ଦିନ ହେଲା ଏହି ଗ୍ୟାଙ୍ଗ ବାଇକ୍ ଯୋଗେ ଲୁଟ କରୁଥିଲେ । ଏନେଇ କମିଶନରେଟ ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ସୂଚନା ମିଳିବା ପରେ ଆକ୍ସନକୁ ଆସିଥିଲେ କମିଶନରେଟ୍ ପୋଲିସ । ଏହିକ୍ରମରେ ଆଜି ଚୋରା ସୁନା ବିକ୍ରି କରୁଥିବା ବେଳେ ମାଡ଼ ବସିଲା ସ୍ପେଶାଲ ସ୍କ୍ୱାଡ । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନାଗହଣ ସହ ବାଇକ୍ ଜବତ କରିଛି ପୋଲିସ । ଭଡ଼ା ଘରେ ରହି ଏହି ସବୁ ଲୁଟ୍ କରୁଥିଲେ ଲୁଟେରା ।