ଶିମଲାରେ ‘ଗରିବ କଲ୍ୟାଣ ସମ୍ମେଳନ’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
“୧୩୦ କୋଟି ଭାରତୀୟଙ୍କୁ ନେଇ ମୋ ପରିବାର, ଆପଣମାନେ ମୋ ଜୀବନର ସବୁକିଛି ଏବଂ ଏ ଜୀବନ ଆପଣମାନଙ୍କ ପାଇଁ ସମର୍ପିତ’’
“ମୁଁ ପୁଣିଥରେ ଏହି ସଂକଳ୍ପକୁ ଦୋହରାଉଛି ଯେ ମୁଁ ମୋ ସାମର୍ଥ୍ୟ ଅନୁଯାୟୀ, ସମସ୍ତଙ୍କ କଲ୍ୟାଣ ପାଇଁ, ପ୍ରତ୍ୟେକ ଭାରତୀୟଙ୍କ ସମ୍ମାନ ପାଇଁ, ସବୁ ଭାରତୀୟଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ଏବଂ ସମସ୍ତଙ୍କ ଜୀବନରେ ସୁଖ ଓ ଶାନ୍ତି ପାଇଁ କାର୍ଯ୍ୟ ଜାରି ରଖିବି’’
“ସେବା, ସୁଶାସନ ଓ ଗରିବ କଲ୍ୟାଣ ଲୋକଙ୍କ ମନରେ ସରକାରଙ୍କ ପ୍ରତି ରହିଥିବା ଚିନ୍ତାଧାରା ବଦଳାଇ ଦେଇଛି’’
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ଶିମଲା ଠାରେ “ଗରିବ କଲ୍ୟାଣ ସମ୍ମିଳନୀ’’କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ୮ ବର୍ଷ ପୂତ୍ତ ର୍ି ଉପଲକ୍ଷେ ଏହି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସାରା ଦେଶରେ ସବୁ ରାଜ୍ୟର ରାଜଧାନୀ, ଜିଲ୍ଲା ମୁଖ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜନ କରାଯାଇଛି । ଏହି ସମ୍ମିଳନୀ ଜରିଆରେ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ହିତାଧିକାରୀଙ୍କ ସହିତ ଜନ ପ୍ରତିନିଧିମାନେ ଆଲୋଚନା କରିଥିଲେ । ଯୋଜନାର ସୁଫଳ ସମ୍ପର୍କରେ ହିତାଧିକାରୀଙ୍କ ଠାରୁ ମତ ସଂଗ୍ରହ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାର ୧୧ତମ କିସ୍ତି ଜାରି କରିଥିଲେ । ୧୦ କୋଟିରୁ ଅଧିକ ହିତାଧିକାରୀ ଚାଷୀ ପରିବାରଙ୍କ ଆକାଉଂଟକୁ ପ୍ରାୟ ୨୧ ହଜାର କୋଟି ଟଙ୍କା ହସ୍ତାନ୍ତର କରାଯାଇଥିଲା । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପିଏମ କିସାନ ଯୋଜନାର ହିତାଧିକାରୀଙ୍କ ସହିତ ମତ ବିନିମୟ କରିଥିଲେ । ହିମାଚଳ ପ୍ରଦେଶ ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲକେର, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ପ୍ରମୁଖ ଶିମଲା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଲଦାଖର ହିତାଧିକାରୀ ଶ୍ରୀ ତାଶୀ ତୁଣ୍ଡୁପଙ୍କ ସହିତ ଆଲୋଚନା କରି ପ୍ରଧାନମନ୍ତ୍ରୀ ତାଙ୍କ ଠାରୁ ଲଦାଖରେ ପର୍ଯ୍ୟଟକ ପହଂଚିବା ଏବଂ ସରକାରୀ ଯୋଜନା ସମ୍ପର୍କରେ ତାଙ୍କର ଅନୁଭୂତି ଜାଣିବାକୁ ଚାହିଁଥିଲେ । ସେନାବାହିନୀର ସଦସ୍ୟ ଭାବେ ତାଙ୍କର ସେବାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଶ୍ରୀ ତାଶୀ ତୁଣ୍ଡୁପ କହିଥିଲେ ଯେ ପିଏମଏୱାଇ, ଶୌଚାଳୟ, ଗ୍ୟାସ ସଂଯୋଗ ଏବଂ କୃଷି ସଂକ୍ରାନ୍ତ ଲାଭ ଭଳି ଯୋଜନାର ସୁଫଳ ପାଇବାରେ ସେ କୌଣସି ସମସ୍ୟାର ସମ୍ମୁଖିନ ହୋଇନାହାନ୍ତି । ବିହାରର ଶ୍ରୀମତୀ ଲଳିତା ଦେବୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନା, ସ୍ୱଚ୍ଛ ଭାରତ ଏବଂ ଜଳ ଜୀବନ ମିଶନର ହିତାଧିକାରୀ । ସେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇ କହିଥିଲେ ଯେ ଏସବୁ ଯୋଜନା ଫଳରେ ତାଙ୍କ ଜୀବନ ଧାରଣ ଆହୁରି ସହଜ ହୋଇଛି ଏବଂ ସେ ଏବେ ସମ୍ମାନପୂର୍ଣ୍ଣ ଜୀବନ ନିର୍ବାହ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୋଟିଏ ଘରେ ପିଲାମାନଙ୍କ ଶିକ୍ଷା ଓ ବିବାହ ଭଳି ଅନେକ କାର୍ଯ୍ୟ ହୋଇଥାଏ । ପଶ୍ଚିମ ତ୍ରିପୁରାର ଶ୍ରୀ ପଙ୍କଜ ଶନି ଏକରାଷ୍ଟ୍ର ଏକ ରାସନ କାର୍ଡ, ପିଏମ ଗରିବ କଲ୍ୟାଣ ଏବଂ ଆହୁରି ଅନେକ ଯୋଜନାର ହିତାଧିକାରୀ, ସେ ସୂଚନା ଦେଇଥିଲେ ଯେ ତାଙ୍କୁ ଜେଜେଏମ, ଓଏନଓଆରସି, ପିଏମଏୱାଇ ଏବଂ ବିଦ୍ୟୁତ ସଂଯୋଗ ଭଳି ଯୋଜନାର ଲାଭ ମିଳିଛି । ସେ ମଧ୍ୟ ସୂଚନା ଦେଇଥିଲେ ଯେ, ଏକ ରାଷ୍ଟ୍ର ଏକ ରାସନ କାର୍ଡ କାରଣରୁ ବିହାରରୁ ପ୍ରବାସ କରିବା ସତ୍ତେ ୍ୱ ସେ କୌଣସି ସମସ୍ୟାର ସମ୍ମୁଖିନ ହୋଇନାହାନ୍ତି । କର୍ଣ୍ଣାଟକ କଲୁବର୍ଗୀର ଆୟୁଷ୍ମାନ ଭାରତ ହିତାଧିକାରୀ ସୁଶ୍ରୀ ସନ୍ତୋଷୀ ଏହି ଯୋଜନା ସମ୍ପର୍କରେ ତାଙ୍କ ଅନୁଭୂତି ବିଷୟରେ କହିଥିଲେ । ସେ କହିଥିଲେ ଯେ, ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଏବଂ ମାଗଣା ସ୍ୱାସ୍ଥ୍ୟ ଯାଂଚ ଏବଂ ଔଷଧ ତାଙ୍କ ଜୀବନରେ ଅନେକ ପରିବତ୍ତ ର୍ନ ଆଣିଛି । ଚମତ୍କାର ଢଙ୍ଗରେ ମତବିନିମୟ କରିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ ଏବଂ ମଜାଳିଆ ଢଙ୍ଗରେ କହିଥିଲେ ଯେ ସେ ବେଶ ଲୋକପ୍ରିୟ ହୋଇଥିବାରୁ ନିର୍ବାଚନରେ ଅଂଶଗ୍ରହଣ କରିବା ଉଚିତ୍ । ଗୁଜରାଟ ମେହେସାନାରୁ ଶ୍ରୀ ଅରବିନ୍ଦଙ୍କ ସହିତ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ । ଶ୍ରୀ ଅରବିନ୍ଦ ହେଉଛନ୍ତି ପିଏମ ମୁଦ୍ରା ଯୋଜନାର ଜଣେ ହିତାଧିକାରୀ । ସେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ସମୟରେ ବେଶ ଉତ୍ସାହିତ ଥିଲେ । ସେ କହିଥିଲେ ଯେ ମୁଦ୍ରା ଯୋଜନା କାରଣରୁ ସେ ତାଙ୍କର ମଣ୍ଡପ ସଜ୍ଜା ବ୍ୟବସାୟକୁ ଆହୁରି ବଢ଼ାଇ ପାରିଛନ୍ତି ଏବଂ ସେ ଡିଜିଟାଲ ପେମେଂଟକୁ ପ୍ରୋତ୍ସାହନ ଦେଉଛନ୍ତି । ସରକାରୀ ଯୋଜନା ସମ୍ପର୍କରେ ନିଜ କର୍ମଚାରୀଙ୍କୁ ସଚେତନ କରୁଥିବାରୁ ଏବଂ ଜଣେ ନିଯୁକ୍ତି ସୃଷ୍ଟିକାରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ । କ୍ରୀଡ଼ା କ୍ଷେତ୍ରରେ ଯିବା ପାଇଁ ଆଗ୍ରହୀ ଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କ ଝିଅଙ୍କୁ ଆଶୀର୍ବାଦ ଦେଇଥିଲେ । ଶିମଲା ସ୍ଥିତ କାର୍ଯ୍ୟକ୍ରମ ସ୍ଥଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ଆୟୁଷ୍ମାନ ଯୋଜନା, ସିଏମ ଗୃହିଣୀ ସୁବିଧା ଯୋଜନାର ହିତାଧିକାରୀ ହିମାଚଳପ୍ରଦେଶ ସିରମୌରର ଶାମା ଦେବୀଙ୍କ ସହିତ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ । ପ୍ରଧାନମନ୍ତ୍ରୀ ତାଙ୍କର ପରିସ୍ଥିତି ଓ ଚାଷ କାମ ସମ୍ପର୍କରେ ତାଙ୍କ ସହିତ ଆଲୋଚନା କରିଥିଲେ । ସମାବେଶକୁ ସମ୍ବୋଧିତ କରିବା ଅବସରରେ ହିମାଚଳ ପ୍ରଦେଶରେ ଏହି ସ୍ମରଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାରୁ ଖୁସି ବ୍ୟକ୍ତ କରିଥିଲେ । ସେ ପିଏମ କିଷାନ ସମ୍ମାନ ନିଧି ଜରିଆରେ ନିଜ ବ୍ୟାଙ୍କ ଆକାଉଂଟରେ ଆର୍ôଥକ ସହାୟତା ପାଇଥିବା ୧୦ କୋଟି ଚାଷୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସରକାରଙ୍କର ୮ ବର୍ଷ ପୂତ୍ତ ର୍ି ଉପଲକ୍ଷେ ପିଏମ କେୟାର୍ସ ଫର ଚିଲଡ୍ରେନ ଯୋଜନା ଅଧୀନରେ ଲାଭ ହସ୍ତାନ୍ତର କରିଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ଶିମଲା ଠାରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିସାନ) ଯୋଜନାର ଲାଭ ହସ୍ତାନ୍ତର କରୁଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ । ୧୩୦ କୋଟି ନାଗରିକଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ସେ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତକାଲି ସେ ପିଲାଙ୍କ ପାଇଁ ପିଏମ କେୟାର୍ସ ଯୋଜନାର ଲାଭ ହସ୍ତାନ୍ତର କରିଛନ୍ତି । ସରକାରଙ୍କ ୮ ବର୍ଷ ପୂତ୍ତ ର୍ି ଉପଲକ୍ଷେ, କରୋନା ମହାମାରୀ କାରଣରୁ ଅନାଥ ହୋଇଥିବା ପିଲାଙ୍କର ଦାୟିତ୍ୱ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ହିମାଚଳ ପ୍ରଦେଶ ତାଙ୍କର କର୍ମଭୂମି ହୋଇ ରହିଆସିଛି । ଏଥିପାଇଁ ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାର ପରାମର୍ଶକୁ ସେ ତୁରନ୍ତ ଗ୍ରହଣ କରି ନେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜଣେ ପ୍ରଧାନମନ୍ତ୍ରୀ ଭାବେ ନୁହେଁ, ସେ ନିଜକୁ ୧୩୦ କୋଟି ନାଗରିକଙ୍କ ଜଣେ ପରିବାର ସଦସ୍ୟ ଭାବେ ବିବେଚନା କରିଥାନ୍ତି । କେବଳ ଫାଇଲରେ ଦସ୍ତଖତ କରିବା ସମୟରେ ସେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥାନ୍ତି । ସେହି ମୁହୂତ୍ତ ର୍ ବିତିଯିବା ପରେ ସେ ଆଉ ପ୍ରଧାନମନ୍ତ୍ରୀ ହୋଇ ରହିନଥାନ୍ତି, ବରଂ ସବୁ ଦେଶବାସୀଙ୍କ ପରିବାର ସଦସ୍ୟ ଏବଂ ୧୩୦ କୋଟି ଭାରତୀୟଙ୍କ ପ୍ରଧାନ ସେବକ ହୋଇଯାଆନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯଦି ମୁଁ ଦେଶ ପାଇଁ କିଛି କରିପାରୁଛି ତା’ହେଲେ ଏହା ୧୩୦ କୋଟି ଦେଶବାସୀଙ୍କ ଆଶୀର୍ବାଦ ଓ ଶୁଭକାମନା କାରଣରୁ ସମ୍ଭବ ହୋଇପାରିଛି । ଭାବପ୍ରବଣ ହୋଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “୧୩୦ କୋଟି ନାଗରିକଙ୍କୁ ନେଇ ମୋ ପରିବାରର ଆଶା ଆକାଂକ୍ଷା ସହ ଯୋଡ଼ିହେବା ହିଁ ହେଉଛି ମୋ ପରିବାର, ଆପଣମାନେ ମୋ ଜୀବନରେ ସବୁକିଛି ଏବଂ ଏ ଜୀବନ ଆପଣମାନଙ୍କ ପାଇଁ ସମର୍ପିତ ।” ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାରର ୮ ବର୍ଷ ପୂରଣ ହେବା ଅବସରରେ “ମୁଁ ପୁଣିଥରେ ଏହି ସଂକଳ୍ପକୁ ଦୋହରାଉଛି ଯେ ମୁଁ ମୋ ସାମର୍ଥ୍ୟ ଅନୁଯାୟୀ, ସମସ୍ତଙ୍କ କଲ୍ୟାଣ ପାଇଁ, ପ୍ରତ୍ୟେକ ଭାରତୀୟଙ୍କ ସମ୍ମାନ ପାଇଁ, ସବୁ ଭାରତୀୟଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ଏବଂ ସମସ୍ତଙ୍କ ଜୀବନରେ ସୁଖ ଓ ଶାନ୍ତି ପାଇଁ କାର୍ଯ୍ୟ ଜାରି ରଖିବି ।’’
ପ୍ରଧାନମନ୍ତ୍ରୀ ନିରାଶା ବ୍ୟକ୍ତ କରି କହିଥିଲେ ଯେ ୨୦୧୪ ପୂର୍ବରୁ ସରକାର ଦୁର୍ନୀତିକୁ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରି ନେଇଥିଲା । ଦୁର୍ନୀତି ବିରୋଧରେ ଲଢ଼ିବା ପରିବତ୍ତେ ର୍ ସରକାର ମଥାନତ କରି ଦେଇଥିଲା । ସେତେବେଳେ ସରକାରୀ ଯୋଜନାର ଅର୍ଥ ଲୋକଙ୍କ ନିକଟରେ ପହଂଚିବା ପୂର୍ବରୁ ବାଟମାରଣା ହୋଇଯାଉଥିଲା । ସେ କହିଥିଲେ ଯେ ଆଜି ଜନ ଧନ-ଆଧାର ଏବଂ ମୋବାଇଲ (ଜେଏଏମ) ତ୍ରିମୂତ୍ତ ର୍ି କାରଣରୁ ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ପହଂଚି ପାରୁଛି । ସେ କହିଥିଲେ ଯେ, ପୂର୍ବରୁ ରୋଷେଇ ଘରେ ଧୂଆଁର ସମ୍ମୁଖିନ ହେବା ଲାଗି ମହିଳାମାନେ ବାଧ୍ୟ ହେଉଥିଲେ । ଆଜି ଉଜ୍ଜ୍ୱଳା ଯୋଜନା ଆସିବା ଫଳରେ ଏଲପିଜି ସିଲିଣ୍ଡର ନେବାର ସୁବିଧା ମିଳୁଛି । ପୂର୍ବରୁ ଖୋଲାରେ ଶୌଚ ହେବା କାରଣରୁ ଲଜ୍ଜାଜନକ ପରିସ୍ଥିତି ଦେଖାଦେଉଥିଲା, ଏବେ ଗରିବଙ୍କ ପାଇଁ ଶୌଚାଳୟର ସମ୍ମାନ ମିଳିଛି । ପୂର୍ବରୁ ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ କରିବାର ବାଧ୍ୟବାଧକତା ରହିଥିଲା, ଆଜି ଗରିବଙ୍କୁ ଆୟୁଷ୍ମାନ ଭାରତର ସାହାରା ମିଳୁଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ତିନି ତଲାକର ଭୟ ଥିଲା, ଏବେ ହକ୍ ପାଇଁ ଲଢ଼ିବାର ସାହସ ରହିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, କଲ୍ୟାଣକାରୀ ଯୋଜନା, ସୁଶାସନ ଏବଂ ଗରିବ କଲ୍ୟାଣ (ସେବା, ସୁଶାସନ ଏବଂ ଗରିବ କଲ୍ୟାଣ) ଲୋକମାନଙ୍କ ପାଇଁ ସରକାର ଅର୍ଥ ବଦଳାଇ ଦେଇଛି । ଏବେ ସରକାର ଜନତାଙ୍କ ପାଇଁ କାମ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ, ଛାତ୍ରବୃତ୍ତ ି କିମ୍ବା ପେନସନ ଯୋଜନା, ଜ୍ଞାନକୌଶଳ ସହାୟତାରେ ଦୁର୍ନୀତିର ସୁଯୋଗ ହ୍ରାସ ପାଇଛି । ସେ କହିଥିଲେ ଯେ ସରକାର ସେସବୁ ସମସ୍ୟାର ସ୍ଥାୟୀ ସମାଧାନ ଆଣିବା ଲାଗି ପ୍ରୟାସ କରୁଛନ୍ତି, ଯେଉଁ ସମସ୍ୟାକୁ ପୂର୍ବରୁ ସ୍ଥାୟୀ ବୋଲି ଗ୍ରହଣ କରାଯାଉଥିଲା । ସେ କହିଥିଲେ ଯେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଲାଭ ତାଲିକାରୁ ୯ କୋଟି ଜାଲ ନାଁକୁ ବାଦ ଦେଇ ସେଥିରେ ଚୋରି ଏବଂ କୌଣସି ପ୍ରକାର ଲିକ୍ ପ୍ରୟାସକୁ ସମାପ୍ତ କରାଯାଇଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଶକ୍ତ ହେବା ପରେ ଗରିବଙ୍କ ଦୈନିକ ସଂଘର୍ଷ କମ ହୋଇଥାଏ । ଏହାପରେ ସେମାନେ ଦାରିଦ୍ର୍ୟ ଦୂର କରିବା ଲାଗି ନୂଆ ଉତ୍ସାହ ପାଇଥାନ୍ତି । ଏହି ଚିନ୍ତାଧାରାକୁ ନେଇ ଆମ ସରକାର ପ୍ରଥମ ଦିନରୁ ଗରିବଙ୍କ ସଶକ୍ତିକରଣ ପାଇଁ କାର୍ଯ୍ୟ କରି ଆସୁଛି । ସେ କହିଥିଲେ ଯେ ଆମେ ଗରିବଙ୍କ ଜୀବନର ସବୁ ସମସ୍ୟା ଦୂର କରିବା ଲାଗି ଚେଷ୍ଟା କରିଛୁ । ସେ କହିଥିଲେ ଯେ, “ମୁଁ ଗର୍ବର ସହିତ କହିପାରେ ଯେ ଦେଶରରେ ପାଖାପାଖି ସବୁ ପରିବାର କୌଣସି ନା କୌଣସି ଯୋଜନାରେ ଲାଭବାନ ହେଉଛନ୍ତି ।” ସେନାବାହିନୀରେ ହିମାଚଳ ପ୍ରଦେଶର ପ୍ରତ୍ୟେକ ପରିବାରର ଯୋଗଦାନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ଗତ ଚାରି ଦଶନ୍ଧିର ପ୍ରତୀକ୍ଷାର ଅନ୍ତ ଘଟାଇ ୱାନ ରେଙ୍କ ୱାନ ପେନସନ ଲାଗୁ କରିଛନ୍ତି ଏବଂ ପୂର୍ବତନ ସୈନିକମାନଙ୍କୁ ସେମାନଙ୍କର ବକେୟା ରାଶି ପ୍ରଦାନ କରିଛନ୍ତି । ଏହାଦ୍ୱାରା ହିମାଚଳ ପ୍ରଦେଶର ସବୁ ପରିବାର ଲାଭ ପାଇଛନ୍ତି । ସେ କହିଥିଲେ ଯେ ଭେଟ୍ ବ୍ୟାଙ୍କ ରାଜନୀତି ଆମ ଦେଶରେ ବହୁ ଦଶନ୍ଧି ଧରି ଚାଲି ଆସିଛି ଏବଂ ଏହାଦ୍ୱାରା ଦେଶ ଅନେକ କ୍ଷତି ସହିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଭୋଟ୍ ବ୍ୟାଙ୍କ ନୁହେଁ, ନୂତନ ଭାରତ ନିର୍ମାଣ ପାଇଁ କାମ କରୁଛୁ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ୧୦୦ ପ୍ରତିଶତ ଲାଭ ୧୦୦ ପ୍ରତିଶତ ହିତାଧିକାରୀଙ୍କ ନିକଟରେ ପହଂଚାଇବା ଲାଗି ପ୍ରୟାସ କରୁଛୁ । ସେ କହିଥିଲେ ଯେ ସରକାର ହିତାଧିକାରୀଙ୍କ ନିକଟରେ ପହଂଚିାବ ଲାଗି ସଂକଳ୍ପ ନେଇଛନ୍ତି । ସେ କହିଥିଲେ ଯେ ୧୦୦ ପ୍ରତିଶତ ସଶକ୍ତିକରଣର ଅର୍ଥ ହେଉଛି ଭେଦଭାବ ଦୂର କରିବା, ସୁପାରିସ ସମାପ୍ତ କରିବା ଏବଂ ବିନା ତୁଷ୍ଟିକରଣରେ ଯୋଜନାର ଲାଭ ପହଂଚାଇବା । ୧୦୦ ପ୍ରତିଶତ ସଶକ୍ତିକରଣର ଅର୍ଥ ହେଉଛି ସବୁ ଗରିବଙ୍କୁ ସରକାରୀ ଯୋଜନାର ପୂରା ଲାଭ ଦେବା । ଦେଶର ବର୍ଦ୍ଧିତ ସମ୍ମାନ ଉପରେ ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏବେ ନାଚାର ହୋଇ ବନ୍ଧୁତାର ହାତ ବଢ଼ାଉନାହିଁ ବରଂ ସହାୟତା ପାଇଁ ଅନ୍ୟ ଦେଶକୁ ହାତ ବଢ଼ାଉଛି । ସେ କହିଥିଲେ ଯେ କରୋନା କାଳରେ ଆମେ ୧୫୦ରୁ ଅଧିକ ଦେଶକୁ ଔଷଧ ଏବଂ ଟିକା ପହଂଚାଇଛୁ । ପ୍ରଧାନମନ୍ତ୍ରୀ ଆଗାମୀ ପିଢ଼ିର ଉନ୍ନତ ଭବିଷ୍ୟତ ପାଇଁ ଏକବିଂଶତମ ଶତାବ୍ଦୀର ଉଜ୍ଜ୍ୱଳ ଭାରତ ପାଇଁ କାମ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ଏପରି ଏକ ଭାରତ ଯାହାର ପରିଚୟ ମୌଳିକ ଆବଶ୍ୟକତାରୁ ବଂଚିତ ଏକ ଦେଶ ଭାବେ ନୁହେଁ ବରଂ ଆଧୁନିକ ରାଷ୍ଟ୍ର ଭାବେ ହେବ । ସେ କହିଥିଲେ ଯେ ଆମ କ୍ଷମତା ଆଗରେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ । ସେ କହିଥିଲେ ଯେ ଆଜି ଭାରତ ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ । ଆଜି ଭାରତରେ ରେକର୍ଡ ବିଦେଶୀ ନିବେଶ ହେଉଛି, ଦେଶ ରପ୍ତାନି କ୍ଷେତ୍ରରେ ରେକର୍ଡ କରୁଛି । ପ୍ରଧାନମନ୍ତ୍ରୀ ନିଷ୍କର୍ସ ବାହାର କରି କହିଥିଲେ ଯେ, “ସମସ୍ତେ ଆଗେଇ ଆସିବା ଦରକାର ଏବଂ ଆମ ଦେଶର ପ୍ରଗତି ଯାତ୍ରାରେ ନିଜର ଭୂମିକା ନିର୍ବାହ କରିବା ଆବଶ୍ୟକ ।”