ଘରେ ବସି ଏପରି ଅପଡେଟ୍ କରନ୍ତୁ ନିଜର ଭୋଟର ଆଇଡି କାର୍ଡର ନୂତନ ଠିକଣା, ଜାଣନ୍ତୁ ସବୁଠାରୁ ସହଜ ପ୍ରକ୍ରିୟା
ନୂଆଦିଲ୍ଲୀ: ଭୋଟର ପରିଚୟ ପତ୍ର ହେଉଛି ଭାରତୀୟ ନାଗରିକଙ୍କୁ ନିର୍ବାଚନ ଆୟୋଗ ଦ୍ୱାରା ଜାରି କରାଯାଇଥିବା ଏକ ପରିଚୟ ପତ୍ର । ଏହା ମଧ୍ୟ ଜଣେ ଭାରତୀୟ ନାଗରିକଙ୍କ ପାଇଁ ଏକ ପରିଚୟ ପ୍ରମାଣ କିମ୍ବା ଠିକଣା ପ୍ରମାଣ ଭାବରେ କାର୍ଯ୍ୟ କରେ । ନିର୍ବାଚନ ସମୟରେ ଭୋଟ୍ ଦେବା ପାଇଁ ଆପଣଙ୍କ ପାଖରେ ଏକ ଭୋଟର ପରିଚୟ ପତ୍ର ଥିବା ଆବଶ୍ୟକ ।
ଏହି କାର୍ଡ କେବଳ ଭୋଟ୍ ପାଇଁ ବୈଧ ନୁହେଁ, ଅନେକ ସରକାରୀ ଯୋଜନା ପାଇଁ ମଧ୍ୟ ଏହାର ଆବଶ୍ୟକତା ରହିଥାଏ । ଭାରତର ନିର୍ବାଚନ ଆୟୋଗ ଅନୁଯାୟୀ, ଭୋଟ୍ ଦେବାକୁ ଯୋଗ୍ୟ ପ୍ରତ୍ୟେକ ନାଗରିକଙ୍କର ଭୋଟର ପରିଚୟ ପତ୍ର ରହିବା ଆବଶ୍ୟକ । ଯଦି କୌଣସି କାରଣରୁ ଆପଣ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଯାଉଛନ୍ତି ତେବେ ଆପଣଙ୍କର ଭୋଟର ପରିଚୟ ପତ୍ରରେ ଆପଣଙ୍କର ଠିକଣା ପରିବର୍ତ୍ତନ କରିବାକୁ ଭୁଲନ୍ତୁ ନାହିଁ । ଏହା ସରଳ, ଏବଂ ଏହା କରିବାର ଦୁଇଟି ଉପାୟ ଅଛି – ଅଫଲାଇନ୍ ଏବଂ ଅନଲାଇନ୍ । ଯଦି ଆପଣ ଆପଣଙ୍କର ଠିକଣାକୁ ଅଫଲାଇନରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କର ନିର୍ବାଚନମଣ୍ଡଳୀର ନିର୍ବାଚନ ଅଧିକାରୀଙ୍କ ନିକଟରେ ଆପଣଙ୍କର ବର୍ତ୍ତମାନର ଠିକଣା ପ୍ରମାଣ ସହିତ ଆବେଦନ ଫର୍ମ ଦାଖଲ କରନ୍ତୁ ।
ଅନଲାଇନରେ ଠିକଣା ପରିବର୍ତ୍ତନ କରିବାର କିଛି ସରଳ ପ୍ରକ୍ରିୟା :
ଜାତୀୟ ଭୋଟର ସେବା ପୋର୍ଟାଲ୍ www.nvsp.in କୁ ଲଗ୍ଇନ୍ କରନ୍ତୁ । ଯଦି ଆପଣ ଅନ୍ୟ କୌଣସି ନିର୍ବାଚନମଣ୍ଡଳୀକୁ ଯାଇଛନ୍ତି, ତେବେ ଆପଣଙ୍କୁ ନୂତନ ଭୋଟର ପଞ୍ଜୀକରଣ ପାଇଁ ‘ଅନଲାଇନ୍ ଫର ରେଜିଷ୍ଟ୍ରେଶନ ଅଫ ନ୍ୟୁ ଭୋଟର /ଟ୍ରାନ୍ସଫର ଫ୍ରୋମ୍ ଏସି ଟୁ ଏସି’ ଅନ୍ତର୍ଗତ ଫର୍ମ ୬ ଉପରେ କ୍ଲିକ୍ କରିବାକୁ ପଡିବ । ଯଦି ଆପଣ ସମାନ ନିର୍ବାଚନମଣ୍ଡଳୀ ମଧ୍ୟରେ ଗୋଟିଏ ବାସଭବନରୁ ଅନ୍ୟ ଏକ ନିବାସ ସ୍ଥାନକୁ ଯାଇଛନ୍ତି, ତେବେ ଫର୍ମ ୮ଏ ଉପରେ କ୍ଲିକ୍ କରନ୍ତୁ । ଏଠାରେ ଆପଣଙ୍କର ନାମ, ଜନ୍ମ ତାରିଖ, ରାଜ୍ୟ, ନିର୍ବାଚନମଣ୍ଡଳୀ, ସାମ୍ପ୍ରତିକ ସ୍ଥାୟୀ ଠିକଣା ସହିତ ସମସ୍ତ ଆବଶ୍ୟକୀୟ ବିବରଣୀ ପୂରଣ କରନ୍ତୁ । ଇମେଲ୍ ଠିକଣା ଓ ମୋବାଇଲ୍ ନମ୍ବର ପରି କିଛି ବିବରଣୀ ଇଚ୍ଛାଧୀନ ଅଟେ । ସେଗୁଡ଼ିକୁ ମଧ୍ୟ ପୁରଣ କରନ୍ତୁ । ଫଟୋଗ୍ରାଫ୍, ଠିକଣା ପ୍ରୁଫ୍ ଏବଂ ବୟସ ପ୍ରୁଫ୍ ସହିତ ସମସ୍ତ ସହାୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ । ସମସ୍ତ ଅପଲୋଡ୍ ହୋଇଥିବା ଡକ୍ୟୁମେଣ୍ଟ୍ ସହିତ ଅନଲାଇନ୍ ଫର୍ମ ଦାଖଲ କରନ୍ତୁ । ବର୍ତ୍ତମାନ ଡିକ୍ଲେରେଶନ ବିକଳ୍ପ ପୂରଣ କରନ୍ତୁ ଓ କ୍ୟାପଚା ପ୍ରବେଶ କରନ୍ତୁ । ସମସ୍ତ ବିବରଣୀ ଯାଞ୍ଚ କରନ୍ତୁ ।