ବାରିପଦା ସହର ଉପକଣ୍ଠ ଦନ୍ତା ହାତୀ ଜନବସତିରେ ହାତୀକୁ ଦେଖି ଲୋକେ ଆତଙ୍କିତ
ବାରିପଦା : ଆଜି ବାରିପଦା ସହର ଉପକଂଠରେ ଥିବା ପୋଡା ଅସ୍ତିଆ ଗ୍ରାମରେ ଏକ ବିରାଟ ଦନ୍ତା ହାତୀ ଆସି ଗାଁରେ ବୁଲିବାର ଦେଖା ଯାଇଛି । ତେବେ ଗ୍ରାମବାସୀ ମାନେ ଦନ୍ତାହାତୀ ଗାଁକୁ ଆସିଥିବାରୁ ଆତଙ୍କିତ ହୋଇ ରହିଥିବା ବେଳେ, କିଛି ପିଲା ଏବଂ ଯୁବକ ମାନେ ଦାତିପଛରେ ଏବଂ ଆଗରେ ରହି ହାତିର ଫୋଟ ଭିଡିଓ ଉତୋଳନ କରୁଥିବାର ମଧ୍ୟ ଦେଖା ଯାଇଛି । କୋଣସି କାରଣରୁ ଜଙ୍ଗଲରୁ ଜନବସତି ମୁଁହା ହୋଇ ହାତିଟି ଆଜି ପୋଡା ଅସ୍ତିଆ ଠାରେ ଆସି ପହଂଚିଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ ହାତୀର ଗତିବିଧି ଉପରେ ଲକ୍ଷ୍ୟ ରଖିଛନ୍ତି । ସୂଚନା ଅନୁଯାୟୀ, ଉକ୍ତ ଦନ୍ତା ହାତୀଟି ଜଙ୍ଗଲରୁ ପଳାଇ ଆସି ଗତକାଲି ରାତିରେ ପାଇକବସା ଅଂଚଳରେ ଥିଲା । ତେବେ ଆଜି ସକାଳ ସମୟରେ ଜାମବଣି ହୋଇ ପୋଡା ଅସ୍ତିଆ ଗ୍ରାମକୁ ଆସିଥିଲା । ବନବିଭାଗ ପକ୍ଷରୁ ଦୁଇ ଗୋଟି ଗାଡି ଯୋଗେ ହାତୀର ଗତିବିଧି ଉପରେ ଲକ୍ଷ୍ୟ ରଖାଯାଇଛି । ହାତୀଟି କୋଣସି ଧନଜୀବନ କ୍ଷୟକ୍ଷତି କରିନଥିବା ସୂଚନା ଥିବା ବେଳେ ବନବିଭାଗ ଟିମ ସୁରକ୍ଷିତ ଭାବେ ହାତୀକୁ ଜଙ୍ଗଲ ମଧ୍ୟକୁ ନେବା ପାଇଁ ଚେଷ୍ଟା ଜାରି ରଖିଥିବାର ଜଣା ଯାଇଛି । ତେବେ ଶିମିଳିପାଳ ଅରଣ୍ୟରେ ଦିନକୁ ଦିନ ପରିବେଶ ସନ୍ତୁଳନ ହରାଇବା ସହିତ ଖାଦ୍ୟାଭାବ, ଶିକାର, ଜଙ୍ଗଲଅଗ୍ନୀ ଆଦି କାରଣରୁ ଜଙ୍ଗଲି ଜନ୍ତୁ ମାନେ ଜନବସତି ମୁହାଁ ଆସି ବହୁ ଧନ ଜୀବନ କ୍ଷତି କରିବା ସହିତ ନିଜେ ମଧ୍ୟ ମୃତ୍ୟୁମୁଖରେ ପଡୁଥିବାର ଦେଖା ଯାଉଛି ।