ପାରମିତା ଶତପଥୀ ପାଇବେ ଶାରଳା ପୁରସ୍କାର
ଭୁବନେଶ୍ୱର : କଥାକାର ପାରମିତା ଶତପଥୀ ଇମ୍ପାକ୍ଟ ପକ୍ଷରୁ ୪୨ତମ ଶାରଳା ପୁରସ୍କାର ପାଇବେ । ପଶ୍ଚିମା ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ଉପନ୍ୟାସ ‘ଅଭିପ୍ରେତ କାଳ’ ପାଇଁ ସେ ଶାରଳା ପୁରସ୍କାର ପାଇବେ । ପୁରସ୍କାର ସ୍ୱରୂପ ୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ । କୋଭିଡ୍ ପାଇଁ ଚଳିତ ବର୍ଷ ବ୍ୟକ୍ତିଗତ ଭାବେ ପୁରସ୍କାର ପ୍ରଦାନ କରାଯିବ । ୧୯୬୫ ମସିହା ଅଗଷ୍ଟ ୩୦ରେ ଜନ୍ମ ଗ୍ରହଣ କରିଥିବା ପାରମିତା ଶତପଥୀ ହେଉଛନ୍ତି ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ପ୍ରତିଭା ଶତପଥୀ ଓ ନିତ୍ୟାନନ୍ଦ ଶତପଥୀଙ୍କ କନ୍ୟା । ପାରମିତାଙ୍କ ପ୍ରଥମ କ୍ଷୁଦ୍ରଗଳ୍ପ ୧୯୮୫ ମସିହାରେ ଝଙ୍କାର ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇଥିଲା । ତାଙ୍କ ଲିଖିତ ପୁସ୍ତକ ଗୁଡିକ ହେଉଛି ନାରୀକବି ଓ ଅନ୍ୟମାନେ, ପ୍ରାପ୍ତି, କୂରେଇ ଫୁଲ, ଅନ୍ତରଙ୍ଗ ଛଳ, ଅପଥଚାରୀଣି ଓ ବିବିଧ ଅସ୍ୱପ୍ନ । ସେ ମଧ୍ୟ ଏକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ସେଗୁଡିକ ହେଉଛି କଳିଙ୍ଗ କାରୁବାକୀ ପୁରସ୍କାର, ସାହିତ୍ୟ ଏକାଡେମୀ ପୁରସ୍କାର, କାଦମ୍ବିନୀ ଗଳ୍ପ ସମ୍ମାନ ଓ ଗଙ୍ଗାଧର ରଥ ଫାଉଣ୍ଡେସନ ପୁରସ୍କାର ।