ପାକିସ୍ତାନ ଆକାଶମାର୍ଗ ଦେଇ ଫେରିବ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ବିମାନ
ଇସଲାମାବାଦ : ପାକିସ୍ତାନ ଆକାଶମାର୍ଗ ଦେଇ ଫେରିବ ପ୍ରଧାନମନ୍ତ୍ରୀଙ୍କ ବିମାନ । ପ୍ରଧାନମନ୍ତ୍ରୀଙ୍କ ବିମାନ ଜି-୨୦ ଶିଖର ସମ୍ମିଳନୀ ପାଇଁ ଯେଉଁ ବାଟେ ଦେଇ ଗସ୍ତ କରିଥିଲା ପୁଣି ସେଇବାଟେ ଦେଇ ଫେରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ଭିଭିଆଇପି ବିମାନ ଗତ ଶୁକ୍ରବାର ଦିନ ପାକିସ୍ତାନର ଆକାଶପଥ ଦେଇ ଇଟାଲି ଅଭିମୁଖେ ଗସ୍ତ କରିଥିଲା। ପୁଣି ସେଇ ପାକିସ୍ତାନ ଆକାଶପଥ ଦେଇ ପ୍ରଧାନମନ୍ତ୍ରୀଙ୍କ ବିମାନ ଫେରିବ ବୋଲି ଜଣାପଡ଼ିଛି। ଏନେଇ ଇସଲାମାବଦଠାରୁ ଅନୁମତତି ମଲିଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ବୋଇଁ ୭୭୭, ୩୦୦ଇଆର, କେ୭୦୬୬ ବାହାୱାଲପୁରରୁ ପାକିସ୍ତାନୀ ଆକାଶପଥ ଦେଇ ତୁର୍ବତ ଏବଂ ପଞ୍ଜଗୁର ତଥା ଭୟା ଇରାନ ଏବଂ ତୁର୍କୀ ଦେଇ ଇଟାଲୀରେ ପହଞ୍ଚିଛିଥିଲା। ଏନେଇ ଦି ଏକ୍ସପ୍ରେସ ଟ୍ରିବ୍ୟୁନ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି।
ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ସିଏଏ) ସୂତ୍ର ଅନୁଯାୟୀ ଭାରତୀୟ କର୍ତ୍ତୃପକ୍ଷ ପାକିସ୍ତାନର ବୈଦେଶିକ ବ୍ୟାପାରମନ୍ତ୍ରଣାଳୟକୁ ମୋଦିଙ୍କ ସ୍ୱତନ୍ତ୍ର ବିମାନ ଉଡ଼ାଣ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ। ପାକିସ୍ତାନ ଏହି ଅନୁରୋଧକୁ ଗ୍ରହଣ କରି ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଏହାର ଆକାଶ ମାର୍ଗରେ ଉଡ଼ିବାକୁ ଅନୁମତି ଦେଇଛି। ସଂପ୍ରତି ଦୁଇ ଦିନିଆ ଇଟାଲି ଗସ୍ତରେ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭାଟିକାନ ସିଟି ଯାଇ ପୋପ୍ ଫ୍ରାନସିସଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ ଏନଏସଏ ଅଜିତ ଡୋଭଲ ଏବଂ ବୈଦେଶିକ ବ୍ୟାପାରମନ୍ତ୍ରୀ ଏସ ଜୟଶଙ୍କର ଉପସ୍ଥିତ ଥିଲେ । ପ୍ରତିନିଧିସ୍ତରୀୟ ଆଲୋଚନା ପୂର୍ବରୁ ପ୍ରଧାନମନ୍ତ୍ରୀ ପୋପଙ୍କୁ ଏକାକି ସାକ୍ଷାତ କରି ତାଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ପୋପଙ୍କୁ ଭାରତ ଗସ୍ତରେ ଆସିବାକୁ ଆମନ୍ତ୍ରଣ ଜଣାଇଥିଲେ । ଉଭୟ ପକ୍ଷ ମଧ୍ୟରେ ବିଶ୍ୱରେ ଗୁରୁତ୍ୱ ବହନ କରୁଥିବା କୋଭିଡ-୧୯ ସମେତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏଥିସହିତ ପ୍ରଧାନମନ୍ତ୍ରୀ ମୋଦି ଭାଟିକାନ ସିଟି ଷ୍ଟେଟର ବୈଦେଶିକ ମନ୍ତ୍ରୀ କାର୍ଡିନା ପିତ୍ରୋ ପାରୋଲିନଙ୍କୁ ସାକ୍ଷାତ କରିଥିଲେ ।