ପ୍ରଶାନ୍ତି ସ୍ପେଶାଲ୍ ଦୁଇଟି ଷ୍ଟେସନରେ ସଂଶୋଧିତ ସମୟରେ ଚଳାଚଳ କରିବ
ଭୁବନେଶ୍ୱର : ଯାତ୍ରୀମାନଙ୍କ ସୁବିଧା ପାଇଁ ବାଙ୍ଗାଲୋର ପୂର୍ବ ଏବଂ ବାଙ୍ଗାଲୋର କ୍ୟାଂଟ ଷ୍ଟେସନରେ ପ୍ରଶାନ୍ତି ସ୍ପେଶାଲ ଟ୍ରେନର ସମୟକୁ ସଂଶୋଧନ କରିବା ଏବଂ ଅସ୍ଥାୟୀ ଭାବରେ କୃଷ୍ଣରାଜପୁରମ୍ ଷ୍ଟେସନ ଠାରେ ହାଓଡ଼ା-ଯଶୋବନ୍ତପୁର ସ୍ପେଶାଲ୍ ର ଅତିରିକ୍ତ ରହଣି କରିବାକୁ ନିଷ୍ପତି ନିଆଯାଇଛି । ଭୁବନେଶ୍ୱରରୁ ୨୦ ଅକ୍ଟୋବର, ୨୦୨୧ ଠାରୁ ଛାଡୁଥିବା ୦୮୪୬୩ ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ସ୍ପେଶାଲ ବାଙ୍ଗାଲୋର ପୂର୍ବ ଷ୍ଟେସନ ଠାରେ ଏହାର ପୂର୍ବ ନିର୍ଧାରିତ ସମୟ ସାରଣୀ ବଦଳରେ ପୂର୍ବାହ୍ନ ୧୦ଘ.୪୫ମି.ରେ ପହଂଚି ପୂର୍ବାହ୍ନ ୧୦ଘ.୪୬ମି.ରେ ଛାଡିବ । ଏହି ଟ୍ରେନ ବାଙ୍ଗାଲୋର କ୍ୟାଂଟରେ ଏହାର ପୂର୍ବ ସମୟ ସାରଣୀ ବଦଳରେ ପୂର୍ବାହ୍ନ ୧୦ଘ.୫୧ମି.ରେ ପହଂଚି ପୂର୍ବାହ୍ନ ୧୦ଘ.୫୨ମି.ରେ ବାଙ୍ଗାଲୋର ମୁଖ୍ୟ ଷ୍ଟେସନକୁ ଯାତ୍ରା କରିବ । ଏହାବ୍ୟତୀତ, ୧୯ ଅକ୍ଟୋବର ୨୦୨୧ ରୁ ୧୫ ଫେବୃଆରୀ ୨୦୨୨ ମଧ୍ୟରେ ହାଓଡ଼ାରୁ ଛାଡୁଥିବା ୦୬୫୯୮ ହାଓଡ଼ା-ଯଶୋବନ୍ତପୁର ସ୍ପେଶାଲ କୃଷ୍ଣରାଜପୁରରେ ସନ୍ଧ୍ୟା ୭ଘଟିକାରେ ପହଂଚି ସନ୍ଧ୍ୟା ୭ଘ.୦୧ମି.ରେ ଯଶୋବନ୍ତପୁରକୁ ଯାତ୍ରା କରିବ ।