ଓଟିଟି ପ୍ଲାଟଫର୍ମ ମୁହାଁ ‘ପୁଷ୍ପା’
ମୁମ୍ବାଇ : ସାଉଥ ସୁପର ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ଯେବେଠୁ ରିଲିଜ ହୋଇଛି ସେବେଠାରୁ ରେକର୍ଡ କରି ଚାଲିଛି। ବକ୍ସ ଅଫିସରେ ଏହା ଧମାଲ କରିବାରେ ଲାଗିଛି । ପାଖାପାଖି ୨ଶହ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଛି ଏହି ଫିଲ୍ମ। ବକ୍ସ ଅଫିସ ପରେ ଏବେ ଓଟିଟି ପ୍ଲାଟଫର୍ମ ମୁହାଁ ହୋଇଛି ‘ପୁଷ୍ପା’। ସବୁ ଡବିଂରେ ରଲିଜ୍ ହୋଇଛି ହେଲେ ହିନ୍ଦୀ ଡବିଂ ବର୍ତ୍ତମାନ ଏହାର ରେକର୍ଡ ଭାଙ୍ଗିଛି।
ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ବ୍ୟତୀତ ରଶ୍ମୀକା ମନ୍ଦନା ଲିଡ୍ ରୋଲରେ ଅଛନ୍ତି। ଆସନ୍ତା ଜାନୁଆରୀ ୭ ତାରିଖରେ ଏହି ଫିଲ୍ମରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ। ଏହି ଫିଲ୍ମ ତାମିଲ, ମାଲୟାଲମ, କନ୍ନଡ ଭାଷାରେ ମଧ୍ୟ ଆସିବ । ତେବେ ହିନ୍ଦୀ ଭାଷାରେ କିନ୍ତୁ ଏହା ରିଲିଜ ହେବ ନାହିଁ।
ନିକଟରେ ଏହି ଫିଲ୍ମରେ ନିଜ ଅଭିନୟକକୁ ନେଇ ଅଲ୍ଲୁ ଅର୍ଜୁନ ଏକ ଖୁଲାସା କରିଛନ୍ତି। ସେ କହିଛନ୍ତ, ‘ଯେତେବେଳେ ମୁଁ ଏହି ଫିଲ୍ମର ସ୍କ୍ରିପ୍ଟ ପଢ଼ିଥିଲି ସେତେବେଳେ ତୁରନ୍ତୁ ହଁ କରିଥିଲି କାରଣ ଏହା ମୋତେ ଠିକ୍ ଲାଗିଥିଲା। ଏହି ଚରିତ୍ରରେ ଅନେକ କିଛି ଜିନିଷ ଉପରେ ରିସର୍ଚ୍ଚ କରାଯାଇଛି । ଯାହା ଟିକିନିଖି ରୂପେ ଯୋଡା ଯାଇଛି। ମୁଁ ଏହି ପ୍ରକାରର ଚରିତ୍ରରେ କେବେ ବି ନିଜ କ୍ୟାରିଅରେ ପୂର୍ବରୁ ଅଭିନୟ କରି ନଥିଲି। ମୁଁ ଏହି ପ୍ରଜେକ୍ଟରେ ଭାଗ ନେଇଥିବାରୁ ନିଜକୁ ଗର୍ବ ସହ ସମ୍ମାନିତ ଅନୁଭବ କରୁଛି। ପ୍ରାଇମ୍ ଭିଡିଓରେ ରିଲିଜ୍ ହେବା ସହିତ ଏହି ଫିଲ୍ମଟି ସମଗ୍ର ବିଶ୍ୱରେ ଦର୍ଶକଙ୍କ ନିକଟରେ ପହଞ୍ଚିବ, ତାକୁ ନେଇ ମୁଁ ବେଶ୍ ଉତ୍ସାହିତ ବୋଲି କହିଛନ୍ତି ଅଲ୍ଲୁ ଅର୍ଜୁନ। ଏହି ଫିଲ୍ମଟି ଆନ୍ଧ୍ରପ୍ରଦେଶର ରୟାଲାସିମା ଅଞ୍ଚଳର ସେଶାଚାଲମ୍ ପାହାଡରେ ନାଲି ଚପଲ ଚୋରା ଚାଲାଣକାରୀଙ୍କ ଜୀବନ ଉପରେ ଆଧାରିତ। ଏହି ଫିଲ୍ମଟି ଏକାଧିକ ଭାଷାରେ ମୁକ୍ତିଲାଭ କରିଛି ।