ଝାରଖଣ୍ଡରେ ଓଡ଼ିଆ ଭାଷା ଉଚ୍ଛେଦ ହେବ ନାହିଁ : କଂଗ୍ରେସ
ଭୁବନେଶ୍ୱର : ଝାଡ଼ଖଣ୍ଡରେ ଓଡ଼ିଆ ଭାଷା ଉଚ୍ଛେଦକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ଗମ୍ଭୀରତାର ସହ ନେଇ ଓଡ଼ିଶା ଗସ୍ତରେ ଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବୋଧ କାନ୍ତ ସାହାୟଙ୍କ ସହ ଏସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ସେ କହିଛନ୍ତି ଶଢ଼େଇକଳା ଓ ଖରସୁଆଁ ଝାରଖଣ୍ଡ ରାଜ୍ୟରେ ଅବସ୍ଥିତ ଥିଲେ ମଧ୍ୟ ସେଠାକାର ଅଧିବାସୀ ଅଧିକାଂଶ ଓଡ଼ିଆ । ତେଣୁ ଓଡ଼ିଆ ଭାଷାକୁ ଝାଡଖଣ୍ଡରେ ରଖାଯାଉ । ଶ୍ରୀ ପଟ୍ଟନାୟକ ଫୋନରେ ଏହି ଓଡ଼ିଆ ଭାଷାକୁ ନେଇ ଝାଡ଼ଖଣ୍ଡର ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ମାଧ୍ୟମରେ ମନ୍ତ୍ରୀ କହିଛନ୍ତି ଯେ ଝାଡ଼ଖଣ୍ଡରେ ଅନ୍ୟଭାଷାର ଉଚ୍ଛେଦ ନେଇ ଆଲୋଚନା ହେଇଛି ସତ କିନ୍ତୁ ଓଡ଼ିଆ ଭାଷା ଉଚ୍ଛେଦ ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।