ଭ୍ୟାକ୍ସିନେସନରେ ନୂତନ ରେକର୍ଡ : ପୁଣି ଥରେ ୧ କୋଟି ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ
ନୂଆଦିଲ୍ଲୀ : କରୋନା ଟିକାକରଣ ମାମଲାରେ ମଙ୍ଗଳବାର ଦେଶ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛି। ଗୋଟିଏ ଦିନରେ ସବୁଠୁ ଅଧିକ ଟିକା ଲଗାଇବାର ପୂର୍ବ ରେକର୍ଡକୁ ଭାଙ୍ଗିଛି ଭାରତ। ମଙ୍ଗଳବାର ଦେଶରେ ପ୍ରାୟ ଏକ କୋଟି ୯ ଲକ୍ଷ ଲୋକେ ଟିକା ନେଇଛନ୍ତି। କେବଳ ପାଞ୍ଚ ଦିନ ଭିତରେ ଦ୍ଵିତୀୟ ଥର ଦେଶରେ ଏକ କୋଟିରୁ ଅଧିକ ବ୍ୟକ୍ତି କରୋନା ଟିକା ନେଇଛନ୍ତି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅନୁଯାୟୀ, ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ୧ କୋଟି ୮ ଲକ୍ଷ ୮୩ ହଜାର ୯୬୩ ଜଣ କରୋନା ଟିକା ନେଇ ସାରିଥିଲେ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିୟା ଏକ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଗତ ୫ ଦିନରେ ଭାରତ ଦୁଇଥର ୧ କୋଟି ଦୈନିକ ଟିକା ମାଇଲ ଖୁଣ୍ଟ ଅତିକ୍ରମ କରିଛି । ଆଜି ସଂଧ୍ୟା ୬ଟା ସୁଦ୍ଧା ୧ କୋଟି ୯ ଲକ୍ଷ ମାତ୍ରା ଟିକା ଦେଇ ଭାରତ ନିଜର ପୂର୍ବ ରେକର୍ଡକୁ ଟପିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ କରୋନା ବିରୋଧରେ ଲଢେଇ କରିଚାଲିଛି ବୋଲି ସେ ଲେଖିଛନ୍ତି । ଅନ୍ୟପକ୍ଷରେ, ଟିକାକରଣ ଦୃଷ୍ଟିରୁ ଚଳିତ ଅଗଷ୍ଟ ମାସ ସବୁଠାରୁ ସଫଳ ମାସର ମାନ୍ୟତା ଲାଭ କରିବାକୁ ଯାଉଛି । କାରଣ ଚଳିତ ମାସରେ ଏପର୍ଯ୍ୟନ୍ତ ୧୭ କୋଟିରୁ ଅଧିକ ମାତ୍ରା ଟିକା ଦିଆଯାଇସାରିଲାଣି । ଏହାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୬୫କୋଟି ମାତ୍ରା ଟିକା ଦିଆଯାଇଛି । ଗତ ଜୁଲାଇ ମାସରେ ୧୩ କୋଟି ୪୫ ଲକ୍ଷ ଓ ଜୁନରେ ୧୧ କୋଟି ମାତ୍ରା କରୋନା ଟିକା ଦିଆଯାଇଥିଲା ।
1⃣ Crore, 2⃣ Times, in 5⃣ days
— Mansukh Mandaviya (@mansukhmandviya) August 31, 2021
Congratulations, as India administers another 1 crore #COVID19 vaccinations today
Highest one-day record of 1.09 crore vaccine doses achieved till 6 pm – and still counting!
Under PM @NarendraModi ji, India is fighting strongly against corona. pic.twitter.com/ByEECsn1T5
ସୂଚନା ଯେ, ଗତ ଶୁକ୍ରବାର ଭାରତ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୧ କୋଟି ମାତ୍ରା ଟିକା ଦେବାର ମାଇଲଖୁଣ୍ଟ ଅତିକ୍ରମ କରିଥିଲା । ସେ ଦିନ ମୋଟ ୧ କୋଟି ୬୪ ହଜାର ଟିକା ଦିଆଯାଇଥିଲା । ଦେଶରେ ଏ ପର୍ଯ୍ୟନ୍ତ ମୋଟ୍ ୬୫ କୋଟି ଡୋଜ୍ ନେଇ ସାରିଛନ୍ତି। ଦେଶର ୫୦ କୋଟି ଜନତା କରୋନା ଟିକାର ପ୍ରଥମ ଡୋଜ୍ ନେଇ ସାରିଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଦେଶରେ ଟିକାର ନୂତନ ରେକର୍ଡ ସ୍ଥାପନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମସ୍ତଙ୍କୁ ଭ୍ୟାକ୍ସିନ, ମାଗଣାରେ ଭ୍ୟାକ୍ସିନ ଅଭିଯାନ ଆଧାରରେ ଆଜି ଏକ କୋଟି ନଅ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ଏଥିସହ ଦେଶ ଟିକାକରଣରେ ନିଜର ପୁରୁଣା ରେକର୍ଡ ଭାଙ୍ଗିଛି। ଏହା ପୂର୍ବରୁ ଅଗଷ୍ଟ ୨୭ରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ଲୋକ କରୋନା ଟିକା ଲଗାଇଥିଲେ। ଟିକାକରଣ ଅଭିଯାନ ଆରମ୍ଭ ହେବା ପରେ ପ୍ରଥମ ଥର ଦେଶ ଏହି ସଫଳତା ହାସଲ କରିଥିଲା।