ଜୁନ୍ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୨୪୮.୪ ମିଲିମିଟର ବର୍ଷା, ସ୍ୱାଭାବିକ ଠାରୁ ଯଥେଷ୍ଟ କମ୍
ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟରେ ଜୁନ ପହିଲାରୁ ଜୁଲାଇ ୧୪ ତାରିଖ ଯାଏଁ ମୋଟ ବର୍ଷା ପରିମାଣ ୨୪୮ ଦଶମିକ ୪ ମିଲିମିଟର ରହିଛି, ଯାହା କି ସ୍ୱାଭାବିକ ହାର ୩୪୫ ଦଶମିକ ୫ ପ୍ରତିଶତ ଠାରୁ ଯଥେଷ୍ଟ କମ୍ । ଏହି ସମୟ ମଧ୍ୟରେ ଗୋଟିଏ ଜିଲାରେ ବୃଷ୍ଟିପାତ ହାର ଅତି ନିଅଣ୍ଟିଆ ଶ୍ରେଣୀରେ ରହିଛି। ୧୬ଟି ଜିଲାରେ ନିଅଣ୍ଟିଆ ବର୍ଷା ହୋଇଛି ।
ସୂଚନା ଯେ, ଜୁନ ପହିଲାରୁ ଜୁଲାଇ ୧୪ ମଧ୍ୟରେ ଗୋଟିଏ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ବାକି ୧୨ଟି ଜିଲାରେ ସ୍ୱାଭାବିକ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ତଥ୍ୟ ଦିଆଯାଇଛି।