ପୁଣି ୧୦ବର୍ଷ ଲାଗି ହକି ପ୍ରାୟୋଜକ ହେବେ ଓଡ଼ିଶା ସରକାର : ମୁଖ୍ୟମନ୍ତ୍ରୀ
- ହକି ଖେଳାଳୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା
- ୨୦୩୩ ଯାଏଁ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍ର ପ୍ରାୟୋଜକ ରହିବ ଓଡ଼ିଶା
ଭୁବନେଶ୍ୱର : ଆଗାମୀ ୧୦ ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା । ଏ ନେଇ ମଙ୍ଗଳବାର ଲୋକସେବା ଭବନରେ ଅନୁଷ୍ଠିତ ସମ୍ୱର୍ଦ୍ଧନା ସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଅନୁଷ୍ଠିତ ସମ୍ୱର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ଭାରତୀୟ ମହିଳା ଓ ପୁରୁଷ ହକି ଦଳକୁ ପୁରସ୍କୃତ କରିବା ସହ ହକି ଇଣ୍ଡିଆ ସଭାପତିଙ୍କୁ ୫୦ ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୋଲ ରକ୍ଷା ପାଇଁ ଗୋଲକିପର ସବିତା ପୁଣିଆଙ୍କୁ ୫ ଲକ୍ଷ, ବେଷ୍ଟ ଡିଫେଣ୍ଡର ଭାବେ ଦୀପଗ୍ରେସ ଏକ୍କାଙ୍କୁ ୫ ଲକ୍ଷ, ସୁଶୀଳା ଚାନୁଙ୍କୁ ୫ ଲକ୍ଷ, ଗୋଲ ଆସିଷ୍ଟ ପାଇଁ ରାଣୀ ରାମପାଲ ଓ ନବନିତ କୌରଙ୍କୁ ୫ ଲକ୍ଷ । ଗୁରଜିତ କୌର ଏବଂ ବନ୍ଦାଣ କାଟେରିଆଙ୍କୁ ସର୍ବାଧିକ ଗୋଲ ପାଇଁ ୫ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଛି । ସେହିପରି ଅଧିକ ଗୋଲ ରକ୍ଷା କରିଥିବାରୁ ଶ୍ରୀଜେସଙ୍କୁ ୫ ଲକ୍ଷ ପ୍ରଦାନ କରାଯାଇଛି । ଡିଫେନ୍ସ ପାଇଁ ରୂପିନ୍ଦର ପାଲଙ୍କୁ ୫ଲକ୍ଷ, ହରମନ ପ୍ରୀତ ସିଂହଙ୍କୁ ସର୍ବାଧିକ ଗୋଲ ଓ ମିଡ ଫିଲଡ଼ରେ ଭଲ ପାଇଁ ୧୦ ଲକ୍ଷ ଓ ମିଡ ଫିଲ୍ଡରେ ଭଲ ପ୍ରଦର୍ଶନ ପାଇଁ ଅମିତ ରୋହିଦାସଙ୍କୁ ୫ ଲକ୍ଷ ପ୍ରଦାନ କରାଯାଇଛି । ଏଥିସହ ପ୍ରତ୍ୟେକ ମହିଳା ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଓ ଦଳର ସହଯୋଗୀ କାର୍ଯ୍ୟକର୍ତାଙ୍କୁ ୫ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଛି । ସେପଟେ ଅଭୂତପୂର୍ବ ସ୍ୱାଗତରେ ଅଭିଭୂତ ହେବା ପରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ହକି ଖେଳାଳି ।
CM @Naveen_Odisha felicitated the Indian national Hockey teams that scripted history with their brilliant performance at #Tokyo2020, at a ceremony in #Bhubaneswar, befitting the Olympic heroes. CM announced that #Odisha will continue to sponsor Indian Hockey for another 10 years. pic.twitter.com/7iqj2CWlqF
— CMO Odisha (@CMO_Odisha) August 17, 2021
ଏଭଳି ଘୋଷଣା କରି ହକି ଇଣ୍ଡିଆକୁ ବଡ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ପ୍ରତି ଓଡ଼ିଶାବାସୀଙ୍କ ଭଲପାଇବାକୁ ଏହି ଘୋଷଣା ସହ ଦ୍ୱିଗୁଣିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଜାତୀୟ କ୍ରୀଡାକୁ ଓଡ଼ିଶା କେତେ ଗୁରୁତ୍ୱ ଦେଉଛି ତାହା ଏହି ଘୋଷଣା ମାଧ୍ୟମରେ ଦର୍ଶାଇଛନ୍ତି । ପୂର୍ବରୁ ଭାରତୀୟ ହକିର ପ୍ରାୟୋଜକ ହୋଇ ଓଡ଼ିଶା ବେଶ ପ୍ରଂଶସା ସାଉଁଟିଛି । ଖାସକରି ଅଲିମ୍ପିକ୍ସରେ ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ହକି ଦଳ ପଦକ ଜିତିବା ପରେ ଓଡ଼ିଶା ଓ ନବୀନଙ୍କୁ ପୂରା ଦେଶ ପ୍ରଂଶସା କରିଥିଲା । ଦୁର୍ଦ୍ଦିନରେ ଗତି କରୁଥିବା ଭାରତୀୟ ହକିକୁ ନୂଆ ଜନ୍ମ ଦେଇଥିବାରୁ ନବୀନ ବେଶ ବାହାବା ସାଉଁଟିଥିଲେ । ଏପରିକି ଓଡ଼ିଶା ଫର୍ମୁଲା ପୂରା ଦେଶ ଆପଣାଉ ବୋଲି ଦାବି ହୋଇଥିଲା । ଏହାସହ ଭାରତୀୟ ମହିଳା ହକି ଟିମର ଅଧିନାୟିକା ରାନୀ ରାମପାଲ ମଧ୍ୟ ଓଡ଼ିଶାକୁ ଅନୁକରଣ କରିବା ସହ ପ୍ରତ୍ୟେକ ରାଜ୍ୟ ଗୋଟିଏ ଗୋଟିଏ ଖେଳକୁ ଆପଣାନ୍ତୁ ବୋଲି କହିଥିଲେ । ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସ ଖେଳିଥିବା ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍କୁ ରାଜ୍ୟ ସରକାର ଆଜି ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ସରକାର ହକି ଖେଳକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଭୁବନେଶ୍ୱରରେ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍ ପହଂଚିଥିଲେ ।
ପୁରସ୍କାର ଓ ସମ୍ମାନ
- ହକି ଇଣ୍ଡିଆ ସଭାପତିଙ୍କୁ ୫୦ ଲକ୍ଷ ଟଙ୍କା
- ସବିତା ପୁନିଆ ମୋଷ୍ଟ ଗୋଲ୍ ସେଭ୍ ଓମ୍ୟାନ୍ ଟିମ୍ ସମ୍ମାନରେ ସମ୍ମାନିତ
- ରାନୀ ରାମପାଲ୍ ଓ ନଭାନିତ କୌର୍ଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ
- ଦୀପଗ୍ରେସ୍ ଏକ୍କାଙ୍କୁ ଡିଫେଣ୍ଡ୍ ପାଇଁ ୫ ଲକ୍ଷ ଟଙ୍କା
- ମିଡ ଫିଲ୍ଡରେ ଭଲ ପ୍ରଦର୍ଶନ ପାଇଁ ପି ସୁଶୀଳା ଚାନୁଙ୍କୁ ୫ ଲକ୍ଷ ଟଙ୍କା
- ଗୁରଜିତ କୌର ଓ ବନ୍ଦନା କଟାରିଆଙ୍କୁ ସର୍ବାଧିକ ଗୋଲ୍ ସ୍କୋର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ
- ଶ୍ରୀଜେଶ୍ଙ୍କୁ ସର୍ବାଧିକ ଗୋଲ୍ ସେଭ୍ ପାଇଁ ୫ ଲକ୍ଷ ଟଙ୍କା
- ପୁରୁଷ ହକି ଦଳର ସଭିଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ
- ମୋଷ୍ଟ୍ ଗୋଲ୍ ଏସିଷ୍ଟ୍ ପାଇଁ ସୂର୍ଯ୍ୟକାନ୍ତଙ୍କୁ ୫ ଲକ୍ଷ ଟଙ୍କା
- ରୁପିନ୍ଦର୍ ପାଲ ସିଂହଙ୍କୁ ଡିଫେନ୍ସ ପାଇଁ ୫ ଲକ୍ଷ ଟଙ୍କା
- ସର୍ବାଧିକ ଗୋଲ୍ ପାଇଁ ହରମନ୍ପ୍ରୀତ୍ ସିଂହଙ୍କୁ ୫ ଲକ୍ଷ ଟଙ୍କା
- ମିଡ ଫିଲ୍ଡ ପାଇଁ ହରମନ୍ପ୍ରୀତ୍ ସିଂ ଓ ଅମିତ୍ ରୋହୀଦାସଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ