ଅକ୍ଟୋବର ୧୬ରେ ଓସିଏସ୍ ପ୍ରିଲିମ୍
ଭୁୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବାର ପ୍ରିଲିମ୍ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ଅକ୍ଟୋବର ୧୬ ତାରିଖରେ ପରୀକ୍ଷା ନେଇ ସୂଚନା ଦେଇଛି ଓଡ଼ିଶା ଲୋକ ସେବା ଆୟୋଗ ବା ଓପିଏସ୍ସି । ୨୦୨୧ ବର୍ଷ ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନର ପରୀକ୍ଷା ହେବ । ଅକ୍ଟୋବର ୧୬ ରବିବାର ଦିନ ଏହି ପରୀକ୍ଷା ହେବା ସହ ପରୀକ୍ଷା ସଂପର୍କୀୟ ସବିଶେଷ ବିବରଣୀ ଓପିଏସ୍ସି ୱେବ୍ ସାଇଟ୍ ରୁ ମିଳିପାରିବ ବୋଲି କୁହାଯାଇଛି ।
ନିକଟରେ ଓପଏସସି ତରଫରୁ ୭୦୩୯ ଜଣ ଆଶାୟୀ ପ୍ରାର୍ଥୀଙ୍କ ଆବେଦନକୁ ଖାରଜ କରିଛି । ଯୋଗ୍ୟତା, ଶାରୀରିକ କ୍ଷମତା ଇତ୍ୟାଦି ସହିତ ଅନ୍ୟାନ୍ୟ କାରଣରୁ ଯୋଗ୍ୟ ବିବେଚିତ ହୋଇ ନଥିବା ଅନେକ ପ୍ରାର୍ଥୀଙ୍କୁ ରିଜେକ୍ଟ କରାଯାଇଥିବା ଓପିଏସସି ତରଫରୁ ସୂଚନା ମିଳିଛି ।