ଆବାସ ତାଲିକାରେ ଚଞ୍ଚକତା, ଗଣଧାରଣ।ର ଚେତାବନୀ ଦେଲା ଭାଜପା
ନୀଳଗିରି : ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକାକୁ ନେଇ ସବୁଠି ଅସନ୍ତୋଷ ତେଜିବାରେ ଲାଗିଛି । କିଏ ପଞ୍ଚାୟତ ଆଗରେ, ତ କିଏ ବ୍ଲକ ଆଗରେ ଅଭିଯୋଗ ପତ୍ର ଧରି ପ୍ରତିବାଦ ଜଣାଉଛନ୍ତି । ସଦ୍ୟ ପ୍ରକାଶିତ ତାଲିକାରେ ବହୁ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଥିଲା ବେେଳେ ଅଯୋଗ୍ୟହିତାଧିକାରୀଙ୍କ ନାମ ଦେଖି ଅନେକ ପ୍ରଶାସନିକ କଳର ନିଷ୍କ୍ରିୟତାକୁ ଦାୟୀ କରଛନ୍ତି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ନୀଳଗିରି ଭାଜପା ପକ୍ଷରୁ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ନିର୍ଦ୍ଦେଶରେ ଜିଲା ଉପ-ସଭାପତି ଗଙ୍ଗାଧର ମିଶ୍ର ଓ ତାପସ ମହାନ୍ତିଙ୍କ ନେତୃତ୍ୱରେ ବହୁ କର୍ମୀ ନୀଳଗିରି ବିଡିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ସ୍ଥାନୀୟ ରାଜନେତା ଓ ତଦନ୍ତକାରୀ ଅଫିସରଙ୍କ ମଧୁଚନ୍ଦ୍ରିକାରେ ଶିକାର ହୋଇ ବହୁ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ ପଡ଼ିଥିବା ବେଳେ ଥିଲାବାଲାଙ୍କ ନାମ ତାଲିକାରେ ରହିଛି । ଅସନ୍ତା ଜାନୁଆରୀ ୨୯ତାରିଖ ସୁଦ୍ଧା ନିରପେକ୍ଷ ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କ ନାମ ପ୍ରକାଶନ ନ କଲେ ଜାନୁଆରୀ ୩୦ ତାରିଖରେ ନୀଳଗିରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ନୀଳଗିରି ବିଡିଓଙ୍କୁ ସ୍ମାରକପତ୍ର ସହ ଚେତାବନୀ ଦେଇଛନ୍ତି । କରୁଣାକର ପଣ୍ଡା, କୁଳମଣି ନାୟକ, ଚନ୍ଦନ ନାୟକ, ରମାକାନ୍ତ ମଲିକ, ସନ୍ତୋଷ ମଲିକ, ପୁରୁଷୋତମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।