ନିଖିଳ ଓଡ଼ିଶା ବୃତିଗତ/ ଅଭ୍ୟାସରତ ସିଏମ୍ଏ ସମ୍ମିଳନୀ
ଭୁବନେଶ୍ୱର : ନିଖିଳ ଓଡ଼ିଶା ବୃତିଗତ/ ଅଭ୍ୟାସରତ କଷ୍ଟ ଏଣ୍ଡ ମ୍ୟାନେଜମେଂଟ୍ ଏକ୍ଉଟାଂଟସ୍ (ସିଏମଏ) ମାନଙ୍କର ସମ୍ମିଳନୀ ସଭା ସିଏମ୍ଏ ଭବନରେ ଦି ଇନ୍ଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ୍ ଏକାଉଟାଂଟସ୍ ଅଫ ଇଣ୍ଡିଆ (ଆଇସିଏଆଇ) ଭୁବନେଶ୍ୱର ଚାପ୍ଟର ଦ୍ୱାରା ସଫଳତାର ସହ ଆୟୋଜିତ ହୋଇ ଯାଇଅଛି । ଏହି ସମ୍ମିଳନୀର ମୂଳ ସାରାଂଶ ଥିଲା “ବୃତିଗତ/ଅଭ୍ୟାସରତ ସିଏମ୍ଏ ମାନଙ୍କ କାର୍ଯ୍ୟକଳାପ ଉତମରୁ ଅତି ଉତମ ଅଟେ” । ଆଇସିଏଆଇର ସର୍ବଭାରତୀୟ ସଭାପତି ସିଏମ୍ଏ ପି. ରାଜୁ. ଆୟାର ମୁଖ୍ୟ ଅତିଥି ଭାବେ ଏହାକୁ ଉଦ୍ଘାଟନ କରିଥିଲେ । ପରିଷଦ ସଭ୍ୟ ତଥା କର୍ପୋରେଟ ଆଇନ କମିଟିର ଅଧ୍ୟକ୍ଷ ସିଏମ୍ଏ ଡ଼. ଆଶିଷ ପି. ଥାଟେ, ପବ୍ଳିକ ଓ ସରକାରୀ ସେବାରେ କଷ୍ଟ ମ୍ୟାନେଜମେଂଟ କମିଟିର ଅଧ୍ୟକ୍ଷ ସିଏମ୍ଏ ନିରଞ୍ଜନ ମିଶ୍ର, ଇଆଇଆରସିର ପୂର୍ବତନ ଅଧ୍ୟକ୍ଷ ସିଏମ୍ଏ ଅଜୟ ଦୀପ ତ୍ୱାଧ୍ୱା, ପୂର୍ବତନ ଇଆଇଆରସି ଅଧ୍ୟକ୍ଷ ସିଏମ୍ଏ ଶିବ ପ୍ରସାଦ ପାଢ଼ି, ସିଏମ୍ଏ ସୁରେଶ ଚନ୍ଦ୍ର ପଟ୍ଟନାୟକ, ଭୁବନେଶ୍ୱର ଚାପ୍ଟରର ଉପାଧ୍ୟକ୍ଷ ସିଏମ୍ଏ ଆଶୁତୋଷ ଦେବତା ପ୍ରମୂଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ନିଜ ନିଜର ପ୍ରଦତ ଦାୟିତ୍ୱ ବୋଧ ବିଷୟ ଉପରେ ସବିଶେଷ ବକ୍ତବ୍ୟ ରଖିଥିଲେ । ଚାପ୍ଟରର ଅଧ୍ୟକ୍ଷ ସିଏମ୍ଏ ଶାନ୍ତନୁ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିଲେ । ପିଡ଼ି କମିଟିର ଅଧ୍ୟକ୍ଷ ସିଏମ୍ଏ ଶକ୍ତିଧର ସିଂହ କାର୍ଯ୍ୟକ୍ରମଟିର ସୁପରିଚାଳନା କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଭାରତର ଅର୍ଥନୀତି ଅଭିବୃଦ୍ଧିରେ ସିଏମ୍ଏ ମାନଙ୍କ ଭୂମିକା ଉପରେ ଅନେକ ଆଲୋଚନା ଓ ବିଚାର ବିମର୍ଶ ହୋଇଥିଲା । ସାରା ଓଡ଼ିଶାରୁ ୧୦୦ରୁ ଉର୍ଦ୍ଧ ସିଏମ୍ଏ ଏଥିରେ ଅଂଶଗ୍ରହଣ କରିଥିଲେ ।