ମାଓନେତା ଦୁବାସିଙ୍କୁ ୨ୟ ଦିନରେ ଏନଆଇଏ ଟିମର ଜେରା ଜାରି
ଭୁବନେଶ୍ବର : ଝାରପଡ଼ା ଜେଲରେ ମାଓନେତା ଦୁବାସି ଶଙ୍କରକୁ ଜେରା ଜାରି । ୨ୟ ଦିନରେ ୨ ଜଣିଆ ଏନଆଇଏ ଟିମର ଅଧିକାରୀ ତାଙ୍କୁ ଜେରା କରୁଛନ୍ତି । ମାଓବାଦୀ ବ୍ୟବହାର କରୁଥିବା ଆଇଡି ଓ ଆରଡ଼ିଏକ୍ସ ସହ ଏକେ ୪୭, ଇନସାସ ଭଳି ଘାତକ ବନ୍ଧୁକ କେଉଁଠୁ ଆସୁଥିଲା ତାହାର ତଥ୍ୟ ଅନୁସନ୍ଧାନରେ ଜେରା ଜାରି ରଖିଛି ଟିମ ।
ଏହି ବନ୍ଧୁକ କେଉଁଠୁ ଆସୁଥିଲା, କିଏ ଏହି ସବୁ ବିସ୍ଫୋରକ ସାମଗ୍ରୀ ସପ୍ଲାଏ କରୁଥିଲା । ମାଓବାଦୀଙ୍କ ପାଖରେ କେମିତି ପହଁଚୁଥିଲା । ମାଓବାଦୀ କିପରି ଏସଵୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ । ଏନେଇ ପଚରା ଉଚରା ଜାରି ରଖିଛି । ସୂଚନା ଥାଉ କି ୨୦୧୨ ମାଲକାନଗିରି ଚିତ୍ରକୋଣ୍ଡା ବିସ୍ଫୋରଣ ସହ ବିଏସଏଫ କମାଣ୍ଡାଣ୍ଟ ଓ ୩ ଯବାନଙ୍କ ମୃତ୍ୟୁ ମାମଲାରେ ଏହି ମାଓବାଦୀର ହାତ ରହିଛି । ଷ୍ଟେଟ୍ ମିଲଟ୍ରିର ମୁଖ୍ୟ ଏହି ହାର୍ଡକୋର ମାଓବାଦୀକୁ ଗତ ସେପ୍ଟେମ୍ବରରେ ଗିରଫ କରାଯାଇଥିଲା । ତେବେ ସେ ମିଲଟ୍ରି କମାଣ୍ଡ ଥିବା ସମୟରେ ତା’ର କାହା କାହା ସହ ଲିଙ୍କ୍ ଥିଲା ଏବଂ କିଭଳି ଅସ୍ତ୍ରଶସ୍ତ୍ର ଆଣୁଥିଲା ଏହାର ତଥ୍ୟ ଖୋଜୁଛି ଏନଆଇଏ ଟିମ୍ ।