ଟି-୨୦ ମ୍ୟାଚ୍ : ଭାରତ ଆଗରେ ୧୫୪ରନର ବିଜୟ ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ
ରାଂଚି : ରାଂଚିର ଜେଏସସିଏ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ନ୍ୟୁଜିଲାଣ୍ଡ ପାଇଁ କର ବା ମର ସଦୃଶ ହୋଇଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୧୫୩ ରନ କରିଛି । ସିରିଜ୍ ଜିତିବା ପାଇଁ ଭାରତ ସମ୍ମୁଖରେ ରହିଛି ୧୫୪ ରନର ବିଜୟ ଲକ୍ଷ୍ୟ । ଏକଦା ୧୮୦/୧୮୫ ସ୍କୋର ହେବ ବୋଲି ଲାଗୁଥିଲା । ହେଲେ ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁଁ ନ୍ୟୁଜିଲାଣ୍ଡ ବିଶାଳ ସ୍କୋର କରି ପାରିନାହିଁ । ଦଳ ପକ୍ଷରୁ ଗ୍ଲେନ ଫିଲିପ୍ସ ସର୍ବାଧିକ ୩୪ ରନ କରିଥିବା ବେଳେ ଦୁଇ ଓପନର ମାର୍ଟିନ ଗୁପଟିଲ୍ ୩୧ ଓ ଡାର୍ଲି ମିଚେଲ୍ ୩୧ ରନ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ମାର୍କ ଚମ୍ପନ ୨୧ ଓ ଟିମ୍ ସେଇଫର୍ଟ ୧୩ ରନ କରିଛନ୍ତି । ଭାରତ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା ହର୍ଷଲ ପଟେଲ୍ ପ୍ରଭାବଶାଳୀ ବୋଲିଂ କରି ୨୫ ରନ ଦେଇ ୨ ୱିକେଟ୍ ନେଇଛନ୍ତି । ସେହିପରି ଭୁବନେଶ୍ୱର କୁମାର, ଦୀପକ ଚହର, ଅକ୍ଷର ପଟେଲ୍ ଓ ରବିଚନ୍ଦ୍ରନ ଅଶ୍ୱିନ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି । ଅଶ୍ୱିନ ସବୁଠୁ କମ ୧୯ ରନ ଦେଇଛନ୍ତି ।
ଜେଏସସିଏ ଅନ୍ତର୍ଜାତୀୟ ଷ୍ଟାଡିୟମ କମ୍ପେ୍ଲକ୍ସରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ । ଆମନ୍ତ୍ରଣ ପାଇ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ଦ୍ରୁତ ଆରମ୍ଭ କରିଥିଲା । ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ଓ ଡାରିଏଲ୍ ମିଚେଲ୍ ପ୍ରଥମ ୱିକେଟ ପାଇଁ ୪୮ ରନ୍ ଯୋଡ଼ିଥିଲେ । ଗପ୍ଟିଲ୍ ୧୫ ବଲରେ ୩ ଚୌକା ଓ ୨ ଛକା ସହ ୩୧ ରନ୍ କରି ଦୀପକ ଚହରଙ୍କ ଶିକାର ହୋଇଥିଲେ । ଗପ୍ଟିଲଙ୍କ ଆଉଟ୍ ପରେ ଦଳର ରନ୍ ହାର ହ୍ରାସ ପାଇଥିଲା । ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ମାରିଥିବା ମାର୍କ ଚାପମ୍ୟାନ୍ ମାତ୍ର ୨୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ସେଟ୍ ବ୍ୟାଟ୍ସମ୍ୟାନ୍ ମିଚେଲଙ୍କୁ ଆଉଟ୍ କରି ଡେବ୍ୟୁଟାଂଟ ହର୍ଷଲ ପଟେଲ ନିଜର ପ୍ରଥମ ଶିକାର ହାସଲ କରିଥିଲେ । ମିଚେଲୋ ୨୮ ବଲରେ ୩ ଚୌକା ସହ ୩୧ ରନ୍ କରିଥିଲେ । ମିଡଲ୍ ଅର୍ଡରରେ ଗ୍ଲେନ୍ ଫିଲିପ୍ସଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି ଆଖିଦୃଶିଆ ସ୍କୋର କରିପାରି ନଥିଲେ । ଫିଲିପ୍ସ ୩୪ (୨୧ ବଲ, ୧ ଚୌକା, ୩ ଛକା) ରନର ଇନିଂସ୍ ଖେଳି ହର୍ଷଲ ପଟେଲଙ୍କ ଶିକାର ହୋଇଥିଲେ । ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଟିମ୍ ସିଫର୍ଟ ୧୩ ରନ୍ କରି ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଅଲରାଉଣ୍ଡର ଜେମ୍ସ ନିରାଶ ୧୨ ବଲ୍ ଖେଳି ମାତ୍ର ୩ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଲଗାତର ୱିକେଟ୍ ପତନ କାରଣରୁ ନ୍ୟୁଜିଲ୍ୟାଣ୍ଡ ଟିମ୍ ୧୫୩ ରନ୍ କରିବାକୁ ସକ୍ଷମ ହୋଇଥିଲା । ଟିମ୍ ଶେଷ ୨୯ ବଲରେ ୨୮ ରନ୍ କରିଥିଲା । ମିଚେଲ୍ ସାଂଟର ୮ ଓ ଆଡାମ ମିଲନେ ୫ ରନ୍ କରି ଅପରାଜିତ ଥିଲେ । ଭାରତ ପକ୍ଷରୁ ହର୍ଷଲ ପଟେଲ ୨ଟି ୱିକେଟ୍ ନେଇଥିଲେ । ଅଶ୍ୱିନ୍, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର ଓ ଦୀପକ ଚହର୍ ଗୋଟିଏ ଲେଖାଏ ସଫଳତା ପାଇଥିଲେ । ସୂଚନା ଯେ, ଭାରତ ଏବେ ୧-୦ରେ ଆଗୁଆ ରହିଥିବା ବେଳେ ଏହି ମ୍ୟାଚ ଜିତି ସିରିଜ୍ କବ୍ଜା କରିବା ଲକ୍ଷ୍ୟରେ ରହିଛି । ସେପଟେ ୨ୟ ଟ୍ୱେଂଟି ଟ୍ୱେଂଟି ମ୍ୟାଚ ଜିତି ସିରିଜ୍ ବରାବର କରିବାକୁ ଚେଷ୍ଟା କରିବ କିୱି ଟିମ । ତେବେ ବଡ କଥା ହେଉଛି ଭାରତୀୟ ଦଳରେ ମହମ୍ମଦ ସିରାଜଙ୍କୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ଡେବ୍ୟୁ କରିଛନ୍ତି ହର୍ଷଲ ପଟେଲ ।