‘ବଚ୍ଚନ ପାଣ୍ଡେ’ର ନୂଆ ପୋଷ୍ଟର ରିଲିଜ ! ନୂଆ ଅବତାରରେ ଅକ୍ଷୟ କୁମାର, ଏହି ଦିନ ଆସିବ ଟ୍ରେଲର୍
ମୁମ୍ବାଇ : ପୁଣି ଥରେ ବଡ ପରଦାରେ ଅକ୍ଷୟ କୁମାର ତାଙ୍କ ଦମଦାର ଫିଲ୍ମ ସହ ଧୁମ୍ ମଚେଇବାକୁ ଆସୁଛନ୍ତି। ତାଙ୍କର ଆଗାମୀ ଚଳଚ୍ଚିତ୍ର ବଚ୍ଚନ ପାଣ୍ଡେ ଦୀର୍ଘ ଦିନ ଧରି ଖବରରେ ରହିଆସିଛି। ଖୁବଶୀଘ୍ର ଫିଲ୍ମର ଟ୍ରେଲର ରିଲିଜ୍ ହେବାକୁ ଯାଉଛି, ଯାହାର ସୂଚନା ମଙ୍ଗଳବାର ନୂଆ ପୋଷ୍ଟର ସହିତ ଖୋଦ ଖିଲାଡୀ କୁମାର ଦେଇଛନ୍ତି।
ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ନୂଆ ପୋଷ୍ଟର ରିଲିଜ ହୋଇଛି। ଏଥିରେ, ଅକ୍ଷୟଙ୍କର ଏପରି ଅବତାର ସାମ୍ନାକୁ ଆସିଛି, ଯାହାକୁ କେହି ଦେଖି ନାହାଁନ୍ତି। ଅକି ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ରରେ ଏକ ନୂଆ ଲୁକ୍ ସହିତ ଦର୍ଶକଙ୍କ ସାମ୍ନାରେ ଆସନ୍ତି, ଯାହା ଟ୍ରେଣ୍ଡରେ ମଧ୍ୟ ଅଛି। କିନ୍ତୁ ଏଥର ଆପଣ ପୋଷ୍ଟରରେ ତାଙ୍କର ଭୟଙ୍କର ରୂପ ଦେଖିପାରିବେ। ଆଖିରେ କ୍ରୋଧ ସହିତ ଅକ୍ଷୟଙ୍କ ଏହି ଚେହେରା ଆପଣଙ୍କୁ ଭୟଭୀତ କରିବ।
ଅକ୍ଷୟ କୁମାର ନିଜେ ଫିଲ୍ମର ଏହି ପୋଷ୍ଟର ସେୟାର କରି ଲେଖିଛନ୍ତି, ‘ଏହି ଚରିତ୍ରର ଅନେକ ଛାଇ ଅଛି। ବଚ୍ଚନ ପାଣ୍ଡେ ଆପଣଙ୍କୁ ଭୟଭୀତ କରିବାକୁ, ହସାଇବାକୁ ଏବଂ କାନ୍ଦାଇବାକୁ ପ୍ରସ୍ତୁତ। ଏହାକୁ ଆପଣ ନିଜ ସ୍ନେହ ଦିଅନ୍ତୁ।’ ବିଶେଷ କଥା ହେଉଛି ଫିଲ୍ମରୁ ତାଙ୍କର ନୂଆ ଲୁକ୍ ସହିତ ସେ ଟ୍ରେଲର ରିଲିଜ୍ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ଫେବୃଆରୀ ୧୮ରେ ଫିଲ୍ମର ଟ୍ରେଲର ରିଲିଜ ହେବ। ଏହି ଦିନ ଫିଲ୍ମର ନିର୍ମାତା ସାଜିଦ ନାଦିଆଡୱାଲାଙ୍କ ଜନ୍ମଦିନ। ବଚ୍ଚନ ପାଣ୍ଡେରେ ଅକ୍ଷୟ କୁମାରଙ୍କ ସହ କ୍ରିତି ସାନନ୍, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ଅର୍ଶଦ ୱାର୍ସିଙ୍କୁ ଦେଖିବାକୁ ମିଳିବ। ମାର୍ଚ୍ଚ ୧୮ରେ ଚଳଚ୍ଚିତ୍ରଟି ଥିଏଟର ରେ ଆସିବାକୁ ପ୍ରସ୍ତୁତ ହେଉଛି।