ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ୍ଙ୍କ ପାଚେରି ଡେଇଁ ଘରେ ପସିବାକୁ ଉଦ୍ୟମ, ଜଣେ ଗିରଫ
ନୂଆଦିଲ୍ଲୀ : ଏନଏସଏ ଅଜିତ ଡୋଭାଲଙ୍କ ସୁରକ୍ଷାରେ ତୃଟି ହୋଇଥିବା ନଜରକୁ ଆସିଛି । ଜାତୀୟ ସୁରକ୍ଷା ପରମର୍ଶଦାତା ଅଜିତ ଡୋଭାଲଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନର ପାଚେରି ଡେଇଁ ଗୃହ ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ଜଣେ ଅଜଣା ବ୍ୟକ୍ତିଙ୍କୁ ହାଜତକୁ ନେଇଛି ଦିଲ୍ଲୀ ପୁଲିସ । ସମ୍ପୃକ୍ତ ବ୍ୟକ୍ତିଙ୍କୁ ସୁରକ୍ଷା ବାହୀନୀ ଅଟକ ରଖିବା ସହ ଘଟଣାର ତଦନ୍ତ କରୁଛି ପୁଲିସ ।
ପୁଲିସ କହିବା ଅନୁଯାୟୀ ବ୍ୟକ୍ତିଜଣକ ଭଡ଼ାରେ ଅଣାଯାଇଥିବା ଗୋଟାଏ କାର୍ ଚଳାଉଥିଲେ। ଜେରା ବେଳେ ବ୍ୟକ୍ତି ଜଣଙ୍କ କହିଥିଲା ଯେ ତାଙ୍କ ଭିତରେ ଜଣେ କେହି ‘ଚିପ୍’ଲଗାଇ ତାଙ୍କୁ ନିୟନ୍ତ୍ରଣ କରିବାକୁ ଉଦମ୍ୟ କରୁଛି । ଏହା ଶୁଣିବା ପରେ ପୁଲିସ ତାଙ୍କ ଶରୀରକୁ ଏମଆରଆଇ ସ୍କାନ କରିଥିଲା । କିନ୍ତୁ ଶରୀରରେ କୌଣସି ଚିପ ନଥିବା ପୁଲିସ କହିଛି । ଏହାସହ ତାଙ୍କ ମାନକିକ ସ୍ଥିତି ଠିକ୍ ନଥିବା ତଦନ୍ତରୁ ଜଣାପଡିଛି । ଅନୁପ୍ରବେଶକାରୀ ବ୍ୟକ୍ତିଙ୍କ କଥାକୁ ଅଗ୍ରାହ୍ୟ କରି ଦିଲ୍ଲୀ ପୁଲିସ କହିଛି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଲୋକଟିର ମୁଣ୍ଡ ଗୋଳମାଳ ଅଛି।ସେ ବ୍ୟକ୍ତିଜଣକ ବେଙ୍ଗାଲୁରୁ ବାସିନ୍ଦା ବୋଲି କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।