ବାଲେଶ୍ୱର : ଟ୍ରକ ଧକ୍କାରେ ମା ଓ ପୁଅ ମୃତ
- ରାସ୍ତାରେ ଟାୟାର ଜାଳି ଅବରୋଧ
ବାଲେଶ୍ୱର : ଟ୍ରକ ଧକ୍କାରେ ମା ଓ ପୁଅ ମୃତ l ରାସ୍ତାରେ ଯାଉଥିବା ବେଳେ ମା-ପୁଅଙ୍କ ଉପରେ ଚଢିଗଲା ଟ୍ରକ । ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଛି । ବାଲେଶ୍ୱର ଜିଲା ଔପଦା ବ୍ଲକ ଅଘିରାପଦା ପଂଚାୟତ ଅଧିନ କମାରପାଳ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି l ପରେ ପରିବାରକୁ ଆର୍ଥିକ ସୁରକ୍ଷା ଦାବିରେ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି l ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।
ସୂଚନାରୁ ପ୍ରକାଶ ଔପଦା ବ୍ଲକ ବଡ଼ପୋଖରୀ ପଂଚାୟତ ବାଲିମୁଣ୍ଡୁଳି ଗ୍ରାମର ଲୋଚନ ମଲ୍ଲିକଙ୍କ ସ୍ତ୍ରୀ ସାବିତ୍ରୀ ମଲ୍ଲିକ ବୟସ ୪୦ ଓ ୮ ବର୍ଷ ର ପୁଅ କୌଣସି କାମରେ କପ୍ତିପଦା ଯାଇଥିଲେ। ସେଠି କାମ ସାରି ଘରକୁ ଫେରୁଥିବା ବେଳେ କମାରପାଳ ଛକ ନିକଟରେ ଅନ୍ୟପଟରୁ ଆସୁଥିବା ଏକ ଚାଉଳ ବୋଝେଇ ଟ୍ରକ (ନଂ. ଓଆର୦୯ଏଫ-୩୬୬୦) ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ସେଠାରେ ମା ଓ ପୁଅ ଉଭୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ପାଖ ବିଲରେ କାମ କରୁଥିବା ଲୋକମାନେ ଦୌଡ଼ି ଆସି ଟ୍ରକଟିକୁ ଅଟକାଇବା ସହ ଔପଦା ପୋଲିସ ଷ୍ଟେସନକୁ ଖବର ଦେଇଥିଲେ। ଏନେଇ ଔପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ଆହତ ଓ ମୃତକ ମା ଓ ପୁଅକୁ ସୋର ମେଡିକାଲ ପଠାଇଥିବା ଜଣାପଡ଼ିଛି ।