ରାଜ୍ୟରେ ଗତ ୨୪ ଘଂଟାରେ ୭ ହଜାରରୁ ଅଧିକ କରୋନା ଟେଷ୍ଟ
ଭୁବନେଶ୍ୱର : ରାଜ୍ୟରେ କରୋନାର ନୁଆ ମାମଲା ଲଗାତର ଭାବରେ କମିଚାଲିଛି । କରୋନା ଟେଷ୍ଟ କରିବା ପ୍ରକ୍ରିୟା ମଧ୍ୟ ପ୍ରତିଦିନ ଜାରି ରହିଛି । ଗତ ୨୪ ଘଂଟାରେ ପୁରା ରାଜ୍ୟରେ ସମୁଦାୟ ୭ ହଜାର ୯୪୨ ଜଣଙ୍କର କରୋନା ଟେଷ୍ଟ କରାଯାଇଅଛି ।
ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଟ୍ୱିଟର ସୂଚନା ଅନୁସାରେ ଶୁକ୍ରବାର ସକାଳ ସୁଦ୍ଧା ସମୁଦାୟ କରୋନା ଟେଷ୍ଟ ୩ କୋଟି ୩୮ ଲକ୍ଷ ୬୮ ହଜାର ୧୬୦ ରେ ପହଂଚିଛି ।