ଗଣେଶ ପୂଜା ଭୋଜି ଖାଇ ୨୫ ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର, ମେଡିକାଲରେ ଭର୍ତି
ନୀଳଗିରି : ଗଣେଶ ପୂଜା ଦିନ ଭୋଜି ଖାଇ ଛାତ୍ରଛାତ୍ରୀମାନେ ଘରକୁ ଗଲା ପରେ ରାତିରେ ୨୫ରୁଅଧିକ ଛାତ୍ରଛାତ୍ରୀଙ୍କୁ ଜ୍ୱର ହେବା ସହ କିଛି ପିଲାଙ୍କୁ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା । ପରେ କିଛି ଅଭିଭାବକ ପିଲାଙ୍କୁ ରାତିରେ ଆଣି ନୀଳଗିରି ମେଡିକାଲରେ ଚିକିତ୍ସିତ କରାଇଥିଲେ । ଆଜି ସକାଳେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆମ୍ବୁଲାନ୍ସ ଯୋଗେ ନୀଳଗିରି ମେଡିକାଲକୁ ଆସି ରକ୍ତନମୁନା ପରୀକ୍ଷା କରାଯିବା ସହ ଚିକିତ୍ସିତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଔପଦା ବ୍ଲକର ବାଉଁଶବଣିଆ ପଂଚାୟତର ବାଉଁଶବଣିଆ ପ୍ରାଥମିକ ବିଦ୍ୟାଳୟର ଗଣେଶପୂଜା ଉପଲକ୍ଷେ ଛୋଟ ଛୋଟ ଛାତ୍ରଛାତ୍ରୀମାନେ ଭୋଜି ଖାଇଥିଲେ । ଭୋଜି ଖାଇଲା ପରେ ପିଲାମାନେ ଘରକୁ ଗଲା ପରେ କିଛି ପିଲାଙ୍କୁ ଝାଡ଼ାବାନ୍ତି ହେବା ସହ କିଛି ପିଲାଙ୍କୁ ଜ୍ୱର ଆରମ୍ଭ ହୋଇଥିଲା । ଏହାଦେଖି ପରିବାର ଲୋକେ ବିଚଳିତ ହୋଇ ପଡ଼ିବା ସହ ପିଲାମାନଙ୍କୁ ନୀଳଗିରି ମେଡିକାଲକୁ ଆଣି ଚିକିତ୍ସିତ କରାଇଛନ୍ତି । ଘଟଣା ବାବଦରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଘୁନାଥ ମଲିକଙ୍କୁ ପଚାରିବାରୁ ଗଣେଶ ପୂଜା ଭୋଜିରେ ପିଲାମାନେ ଭୋଜି ଖାଇଥିଲେ । ତତ୍ସହିତ ସ୍କୁଲ କମିଟିର ସଦସ୍ୟମାନେ ମଧ୍ୟ ଭୋଜି ଖାଇଥିଲେ । ଖାଦ୍ୟରେ କୌଣସି ବିଷାକ୍ତ ହୋଇ ନ ଥିବା ବେଳେ ଅନେକ ପିଲାଙ୍କୁ ଜ୍ୱର ହୋଇଥିବା ବେଳେ ସେମାନଙ୍କର ରକ୍ତ ପରୀକ୍ଷା କରାଯାଇଛି । ମାତ୍ରଘଟଣା ବାବଦରେ ନୀଳଗିରି ମେଡିକାଲର ଏସ.ଡି.ଏମ.ସ. ଡା. ସରୋଜିନୀ ପ୍ରଧାନଙ୍କୁ ପଚାରିବାରୁ ଖାଦ୍ୟ ବିଷାକ୍ତ ଯୋଗୁଁ ପିଲାମାନଙ୍କୁ ଜ୍ୱର ,ଝାଡ଼ାବାନ୍ତି ହୋଇଛି ବୋଲି ସୂଚନା ଦେଇଛନ୍ତି । ଜାଗୃତି ବେହେରା, ବର୍ଷା ମଲିକ, ଦିପିକା ଦନାକ, ରାଧଶ ଦଳାଇ, ମାନସୀ ମଲିକ, ବୁଧିୃା ମାରାଣ୍ଡି, ରାମ ମାରାଣ୍ଡି, ଦିଷ୍ଟି ହେମରମ, ସରସ୍ୱତୀ ଦେହୁରୀ, ଖୁସି ମଲିକ, ବର୍ଷା ସିଂ, ଅଭି ସିଂ, ଶ୍ରୀରାମ ପାତ୍ର, ବିଷ୍ମୟା ପାତ୍ର, ତୃଷାରନାୟକ, ସମେତ ଅନ୍ୟ ଛାତ୍ରଛାତ୍ରୀମାନେ ଆକ୍ରାନ୍ତରେ ଶିକାର ହୋଇଥିଲେ ।