ମୟୂରଭଞ୍ଜ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ସପ୍ତମ ଆରପିଡିଏସସି ବୈଠକ ପ୍ରକଳ୍ପ କାର୍ଯ୍ୟର ପୁନର୍ବାସ ଓ ଥଇଥାନ ତଥା ପାରିପାର୍ଶିକ ବିକାଶ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କିତ ଆଲୋଚନା
ବାରିପଦା : ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ସପ୍ତମ ଆରପିଡିଏସସି (ଥଇଥାନ ଓ ପାରିପାଶ୍ୱର୍ିକ ଉନ୍ନୟନ ପରାମର୍ଶ ଦାତା କମିଟି) ବୈଠକ ତା ୧୪-୦୯-୨୦୨୨ରିଖ ଅପରାହ୍ନରେ ବାରିପଦା ପ୍ରୟାସ ସମ୍ମିଳନୀ କକ୍ଷରେ କେନ୍ଦ୍ରାଚଂଳ ରାଜସ୍ୱ କମିଶନର ଡ. ସୁରେଶ ଚନ୍ଦ୍ର ଦଳାଇ, ଭା.ପ୍ର.ସେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ମନ୍ତ୍ରୀ ତଥା ବାଙ୍ଗିରିପୋଷି ବିଧାୟକ ଶ୍ରୀ ସୁଦାମ ମାର୍ଣ୍ଡି, ମୋରଡା ବିଧାୟକ ଶ୍ରୀ ରାଜ କିଶୋର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦାଃ, ମୟୂରଭଞ୍ଜ ଜିଲ୍ଲାପାଳ, ଶ୍ରୀ ବିନୀତ ଭରଦ୍ୱାଜ, ଭା.ପ୍ର.ସେ, ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ, ଶ୍ରୀ ଋଷିକେଶ ଦ୍ୟାନଦେଓ ଖିଲାରୀ, ଭା.ପୁ.ସେ, ଜଳସମ୍ପଦ ବିଭାଗ (ଆରଏଣ୍ଡଆର)ନିର୍ଦ୍ଦେଶକ ଶ୍ରୀ ଆଲୋକ କର, ମୁଖ୍ୟଯନ୍ତ୍ରୀ ଇଂ. ତରଣୀସେନ ଧଳ, ବାରିପଦା ଉପଜିଲ୍ଲାପାଳ ଅନ୍ୟା ଦାସ, ଭା.ପ୍ର.ସେ ପ୍ରମୁଖ ସମେତ ତିନ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରୁଦ୍ର ନାରାୟଣ ମହାନ୍ତି, ଶ୍ରୀ ସୂଚାରୁ ବଳ (ରାଜସ୍ୱ) ଓ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂ, ଉପଜିଲ୍ଲାପାଳ ରାଇରଙ୍ଗପୁର ଶ୍ରୀ ସରୋଜ କୁମାର ଦାଶ, ସମ୍ପୃକ୍ତ ବିଭାଗ ଅଧିକାରୀ ଏବଂ ବିସ୍ଥାପିତ ତଥା ବୁଡି ଅଂଚଳର ଜନ ପ୍ରତିନିଧିମାନେ ଯୋଗଦେଇ ସୁବର୍ଣ୍ଣରେଖା ବୃହତ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମ ଅନ୍ତର୍ଗତ ବିସ୍ଥାପିତ ଅଂଚଳର ପୁନର୍ବାସ / ଥଇଥାନ ଓ ପାରିପାଶ୍ୱର୍ିକ ବିକାଶ ଆଦି ବିଭିନ୍ନ ଦିଗ ଉପରେ ବିଶଦ ଆଲୋଚନା କରିଥିଲେ । ଏଥିରେ ବିଶେଷକରି ଜମ୍ଭୀରା, ହଳଦିଆ ଓ ଇଚ୍ଛା ଡ୍ୟାମ (ଜଳଭଣ୍ଡାର) ଅଂଚଳର ବିସ୍ଥାପିତ ଲୋକ ମାନଙ୍କର ଥଇଥାନ ସମ୍ପର୍କିତ ଥିବା ବିଭିନ୍ନ ସମସ୍ୟା ମଧ୍ୟରେ ରହିଯାଇଥିବା ବିସ୍ଥାପିତ ପରିବାରକୁ ନିୟମାନୁଯାୟୀ କ୍ଷତିପୂରଣ ଓ ଅନୁକମ୍ପା ସହାୟତା ପ୍ରଦାନ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏ ଦିଗରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରଶାସନ, ସମ୍ପୃକ୍ତ ବିଭାଗ ଓ ଜନ ପ୍ରତିନିଧିଙ୍କ ସହଯୋଗରେ ବିହିତ ପଦକ୍ଷେପ ଗ୍ରହଣ ପୂର୍ବକ କାର୍ଯ୍ୟ ତ୍ୱରାନ୍ନିତ କରିବାକୁ ରାଜସ୍ୱ କମିଶନର ଡ. ଦଳାଇ ନିର୍ଦ୍ଦେଶ ଦେଇଥିଲେ । ବିସ୍ଥାପିତ ଲୋକମାନଙ୍କ ଥଇଥାନ ଓ ପାରିପାଶ୍ୱର୍ିକ ବିକାଶ କାର୍ଯ୍ୟକ୍ରମରେ ବିସ୍ଥାପିତ କଲୋନୀ ଅଂଚଳରେ ଗମନାଗମନ ରାସ୍ତା ସଂଯୋଗୀକରଣ, ବିଜୁଳି ଆଲୋକ, ପାନୀୟ ଜଳ, ସ୍କୁଲ, ସ୍ୱାସ୍ଥ୍ୟ ଚିକିତ୍ସାକେନ୍ଦ୍ର ଇତ୍ୟାଦି ଆନୁସଙ୍ଗିକ ବ୍ୟବସ୍ଥା କରାଯିବା ଦିଗରେ ତ୍ୱରିତ ପଦକ୍ଷେପ ନେବା ପାଇଁ ମଧ୍ୟ ବୈଠକରେ ନିଷ୍ପତି ନିଆଯାଇଥିଲା । ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଓ ପିଡି ଆର ଏଣ୍ଡ ଆର ତରଫରୁ ଜୋନ ଅଧିକାରୀ ଶ୍ରୀ ଉତମ କୁମାର ଜେନା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚାଇଥିଲେ । ଅଧିକ୍ଷଣ ଯନ୍ତ୍ରୀ ଇଂ. ରଣଜିତ୍ ପାଣି ପାୱାର ପଏଣ୍ଟ ମାଧ୍ୟମରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅନୁଷ୍ଠିତ ପୂର୍ବ ଆରପିଡିଏସସି ବୈଠକର ବିବରଣୀ ସହ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଶଦ ବିବରଣୀ ଉପସ୍ଥାପନ କରିଥିଲେ । ଶେଷରେ ମୁଖ୍ୟ ଯନ୍ତ୍ରୀ ଇଂ. ତରଣୀସେନ ଧଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।