ମୟୁରଭଞ୍ଜ ଫୁଟବଲ ଏକାଡେମୀର ଟୁର୍ଣ୍ଣାମେଣ୍ଟ ଉଦଯାପିତ ଜିଲ୍ଲାରେ ଫୁଟବଲ କ୍ରୀଡାର ବିକାଶ ପାଇଁ ପ୍ରୟାସ ଜାରୀ ରହିବ କେନ୍ଦ୍ରମନ୍ତ୍ରୀ
ବାରିପଦା : ବାରିପଦା ବ୍ଲକ ଶଙ୍ଖାଭଙ୍ଗା ଫୁଲବଲ ପଡିଆରେ ମୟୁରଭଞ୍ଜ ଫୁଟବଲ ଏକାଡେମୀ (ଟ୍ରଷ୍ଟ) ତରଫରୁ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ଏକ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । ଶଙ୍ଖାଭଙ୍ଗା ପଣ୍ଡିତ ରଘୁନାଥ ମୁର୍ମୁ ମେମୋରିଆଲ ଓ ମୟୁରଭଞ୍ଜ ଫୁଟବଲ ଏକାଡେମୀ (ଟ୍ରଷ୍ଟ)ର ମିଳିତ ସହଯୋଗରେ ଗତ ୧୭/୦୯/୨୨୦୨ ରିଖ ଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଂଟରେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୬ ଟି ଟିମ ଅଂଶଗ୍ରହଣ କରିଥିଲେ । ତିନି ଦିନ ଧରି ଚାଲିଥିଲା ଏହି ଟୁର୍ଣାମେଂଟର ସମସ୍ତ ମ୍ଯାଚ ନକଆଉଟ ପର୍ଯ୍ୟାୟରେ ଖେଳା ଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟର ଉଦଯାପନି ତଥା ଫାଇନାଲ ଖେଳରେ ବାରିପଦା ବ୍ଲକ ଓ ବିଶୋଇ ବ୍ଲକ ମଧ୍ୟରେ ଖେଳା ଯାଇଥିଲା । ଏହି ଉଦଯାପନୀ ସନ୍ଧ୍ୟାରେ ମୟୁରଭଞ୍ଜ ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ଯାଣ ଓ ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ବାରିପଦା ଦଳକୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିବା ସହିତ ରନରସଅପ ବିଶୋଇ ଦଳକୁ ମଧ୍ୟ ପୁରସ୍କୃତ କରିଥିଲେ । ମୟୁରଭଞ୍ଜ ଜିଲ୍ଲାରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ହେବା ପରେ ତାର ପ୍ରଥମ କାର୍ଯ୍ଯକ୍ରମରେ ଜିଲ୍ଲା ସ୍ତରୀୟ ଆୟୋଜିତ ପ୍ରଥମ ଟୁର୍ଣ୍ଣାମେଣ୍ଟ ପାଇଁ କେନ୍ଦ୍ରମନ୍ତ୍ରୀ ସମସ୍ତଙ୍କୁ ସାଧୁବାଦ ଜଣାଇବା ସହିତ ଜିଲ୍ଲାରେ ଫୁଟବଲ କ୍ରୀଡାର ବିକାଶ ପାଇଁଏକାଡେମୀ ଦ୍ୱାରା ଆଗାମୀ ଦିନରେ ବିଭିନ୍ନ ଲିଗ୍, ବଡ ବଡ ଫୁଟବଲ ଟୁର୍ଣ୍ଣାମେଣ୍ଟ ଏକାଡେମୀ ତରଫରୁ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଛାତ୍ରାବାସ ନିର୍ମାଣ ଆଦି ବିଭିନ୍ନ ବିଷୟରେ ସେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ନିଜ ବକ୍ତବ୍ୟରେ କହିଲେ । ଏହି ଉଦଯାପନୀ ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କ ସହିତ, ମୟୁରଭଂଜ ମହାରାଜା ପ୍ରବୀଣ ଭଞ୍ଜଦେଓ , ମୟୁରଭଞ୍ଜ ଫୁଟବଲ ଏକାଡେମୀ (ଟ୍ରଷ୍ଟ)ର ସଭାପତି ସୁମିତ୍ରା ଟୁଡୁ, ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଛୋଟେଲାଲ ମହାନ୍ତ, ବରିଷ୍ଠ ବିଜେପି ନେତା ଜୀବନ ସାହୁ, ଯୁବନେତା ଫାଗୁ ହାଁସଦାଙ୍କ ସହିତ ବିଭିନ୍ନ ବର୍ଗର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।