ମାହାଙ୍ଗା ଗଣହତ୍ୟା ମାମଲା, ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ
ମାହାଙ୍ଗା ଗଣହତ୍ୟା ମାମଲା , ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ
କଟକ : ମାହାଙ୍ଗା ଗଗଣହତ୍ୟା ମାମଲାରେ ଆଜି ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ରିପୋର୍ଟରେ ବିଷକ୍ରିୟାଜନିତ ମୃତ୍ୟୁ ନେଇ କୌଣସି ସୂଚନା ନ ଥିବାବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ଫଳରେ ହତ୍ୟାକାରୀ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବାର କ୍ଷତ ଚିହ୍ନରୁ ଜଣାପଡୁଛି । ଏହା ସହ ହତ୍ୟା ବେଳେ ଜୀବନ ବଞ୍ଚାଇବାକୁ ସମସ୍ତେ ହତ୍ୟାକାରୀକୁ ବିରୋଧ କରିଥିବା ରିପୋର୍ଟରୁ ଜଣାପଡ଼ିଛି । ଏନେଇ ସୂଚନା ଦେଇଛି କଟକ ଗ୍ରାମାଞ୍ଚଳ ଥାନା ପୋଲିସ ।
ସୂଚନା ଯେ, ଅଭିଯୁକ୍ତ ଶିବ ସାହୁକୁ ୩ ଦିନର ରିମାଣ୍ଡରେ ନେଇଥିଲା ମାହାଙ୍ଗା ପୋଲିସ । ରିମାଣ୍ଡ ସମୟରେ ଅଭିଯୁକ୍ତ ଶିବଠାରୁ ଅନେକ ତଥ୍ୟ ଓଗାଳିଛି ପୋଲିସ । ଏଥିସହିତ ଅଭିଯୁକ୍ତ ଶିବକୁ କ୍ରାଇମ ସ୍ପଟକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଥିଲା ପୋଲିସ । ପାରିବାରିକ କଳହ ଏବଂ ଜମିଜମା ବିବାଦ କରାଣରୁ ବଡଭାଇ ପରିବାରର ୫ ଜଣଙ୍କ ହତ୍ୟା କରିଥିଲା ଅଭିଯୁକ୍ତ ଶିବ ସାହୁ । ସେ ଏକା ସମସ୍ତଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲା । କିନ୍ତୁ ମୃତ ଅଲେଖ ସାହୁଙ୍କ ଶ୍ବଶୁର ଘର ଲୋକ ପୋଲିସର ତଦନ୍ତରେ ସନ୍ତୁଷ୍ଟ ନଥିବା କହିଛନ୍ତି । ସେପଟେ ମାମଲାର ତଦନ୍ତ ଚାଲିଥିବା ବେଳେ ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ ଅଧିକ ରିମାଣ୍ଡରେ ନେଇପାରେ ବୋଲି ମାହାଙ୍ଗା ଥାନା ଅଧିକାରୀ କହିଛନ୍ତି ।