ଏକଦିବସୀୟ ମହାବଳୀ ଟୁର୍ଣ୍ଣାମେଣ୍ଟ : ବାଲେଶ୍ୱର ରାପାଜ ଏଫ୍ସି ଚମ୍ପିୟାନ ଓ ଦେବଗଡ଼ ରନର୍ସଅପ୍
ନୀଳଗିରି : ନୀଳଗିରି ବ୍ଲକ ଅଧୀନ ଆରବନ୍ଧ ପଞ୍ଚାୟତ ମହାବଳୀ ୟୁଥ୍ କ୍ଲବ ତରଫରୁ ଆୟୋଜିତ ଚତୁର୍ଥ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ୍ ୮ଟି ଦଳ ଭାଗ ନେଇଥିଲେ । ବାଲେଶ୍ୱର ରାପାଜ ଏଫ୍ସିି, ଦେବଗଡ଼, ୱେଷ୍ଟବେଙ୍ଗଲ ସାଇସ୍ପୋଷ୍ଟି, ଭୁବନେଶ୍ୱର ଜଗା ୟୁନାଇଟେଡ୍, କଟକ ୟୁନାଇଟେଡ୍, ମୟୂରଭଞ୍ଜ ଜେକେ, ଭଦ୍ରକ ୟୁନାଇଟେଡ୍ ଓ ମୟୂରଭଞ୍ଜ ରୁନୁଆ କ୍ଲବ ମଧ୍ୟରେ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମ ସେମି ଫାଇନାଲ୍ରେ ବାଲେଶ୍ୱର ରାପାଜ ଏଫ୍ସି ଓ ୱେଷ୍ଟବେଙ୍ଗଲ ସାଇପୋଷ୍ଟିଙ୍କ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ୱେଷ୍ଟବେଙ୍ଗଲ ହରାଇ ବାଲେଶ୍ୱର ରାପାଜ ଏଫ୍ସି ଫାଇନାଲକୁ ପ୍ରବେଶ କରିଥିଲା । ସେହିପରି ଦ୍ୱିତୀୟ ସେମିଫାଇନାଲ୍ ଭୁବନେଶ୍ୱର ଜଗା ୟୁନାଇଟେଡ୍ ଓ ଦେବଗଡ଼ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇ ଦେବଗଡ଼ ଫାଇନାଲକୁ ପ୍ରବେଶ କରିଥିଲା । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ରେ ବାଲେଶ୍ୱର ବାଲେଶ୍ୱର ରାପାଜ ଏଫ୍ସି ଓ ଦେବଗଡ଼ ମଧ୍ୟରେ ଖେଳ ବରାବର ସ୍ଥିତି ଥିବାବେଳେ ପେନାଲ୍ଟି ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ଦେବଗଡ଼କୁ ୪-୩ ପେନାଲ୍ଟି ଦେଇ ବାଲେଶ୍ୱର ରାପାଜ ଏଫ୍ସୀ ଚମ୍ପିୟାନ ହୋଇଥିଲା । ଟୁର୍ଣ୍ଣାମେଣ୍ଟରେ ହଜାର ହଜାର ଦର୍ଶକ ଯୋଗଦେଇ ଖେଳକୁ ବେଶ ମନୋଭରି ଉପଭୋଗ କରିଥିଲେ ।
ମହାବଳୀ ୟୁଥ୍ କ୍ଲବ ଏହି ଟୁର୍ଣ୍ଣାମେଣ୍ଟକୁ ରବିବାର ସକାଳେ ସ୍ଥାନୀୟ ସରପଞ୍ଚ ତନୁଜାଶ୍ରୀ ନାୟକ, ସମିତିସଭ୍ୟ ଅର୍ଜୁନ କୁମାର ମାରାଣ୍ଡି, ଭାଜପା ଯୁବନେତା କୁଳମଣି ନାୟକ ପ୍ରମୁଖ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ । ସେହିପରି ଅପରାହ୍ନରେ ଆୟୋଜିତ ଉଦ୍ଯାପନି ଉତ୍ସବରେ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ଭାଜପା ଜିଲା ଉପସଭାପତି ଗଙ୍ଗାଧର ମିଶ୍ର, ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ଥିଲେ । ଚମ୍ପିୟାନ ଦଳକୁ ନଗଦ ୫୦ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସ ଅପ୍ ଦଳକୁ ୪୦ହଜାର ଟଙ୍କା ସହ ଟ୍ରଫି ଦିଆଯାଇ ପୁରସ୍କୃତ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ମହାବଳୀ ୟୁଥ୍ କ୍ଲବର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।