ବିଫଳ ହେଲା ଲୁଟ୍ ଉଦ୍ୟମ, ୩ ଏଟିଏମ୍ ଲୁଟେରା ଗିରଫ
ଗଜପତି : ବିଫଳ ହେଲା ଲୁଟେରାଙ୍କ ଏଟିଏମ୍ ଲୁଟ୍ ଉଦ୍ୟମ । ଲୁଟ ବେଳେ ଗିରଫ ହେଲେ ୩ ଲୁଟେରା | ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସନ୍ତୋଷି ପୋଲିସ ନିକଟରୁ ସାମ୍ନାକୁ ଆସିଛି ଏପରି ଘଟଣା ।
ସୂଚନା ଯେ, ପାରଳାଖେମୁଣ୍ଡି ସନ୍ତୋଷି ପୋଲିସ ଷ୍ଟେସନ ନିକଟରେ ଥିବା ଏକ ଏସବିଆଇ ଏଟିଏମ୍ ତାଡି ଟଙ୍କା ବାହାର କରୁଥିଲେ ଲୁଟେରା । ଏନେଇ ଖବର ପାଇ ପେଟ୍ରୋଲିଂ କରୁଥିବା ପୋଲିସ ସେଠାରେ ପହଞ୍ଚିଥିଲା । ପୋଲିସକୁ ଦେଖି ଲୁଟେରା ଫେରର ହୋଇଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପଲିସି ପିଛା କରି ସେମାନଙ୍କୁ ନିଜ ଆୟତ୍ତକୁ ନେଇଥିଲା । ୩ ଜଣଙ୍କୁ ଲୁଟେରାଙ୍କୁ ଥାନାରେ ଅଟକ ରଖି ପୋଲିସର ତଦନ୍ତ ଜାରି ରଖିଛି ।