ବାଲେଶ୍ୱର : ଡିଗିରହଣିଆରେ ନିର୍ମିତ ଏମସିସି ଏବଂ ଏମଆରଏଫ ସେଣ୍ଟରର ଶୁଭାରମ୍ଭ କଲେ ବିଧାୟକ
ବାଲେଶ୍ୱର : ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ୩ ନମ୍ବର ୱାର୍ଡ ଡିଗିରହଣିଆରେ ନିର୍ମିତ ଏମସିସି ଏବଂ ଏମଆରଏଫ ସେଣ୍ଟର କାର୍ଯ୍ୟକ୍ଷମ ପାଇଁ ଶୁଭାରମ୍ଭ କଲେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଏବଂ ଉପ-ଜିଲାପାଳ ତଥା ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶିଷ ଈଶ୍ୱର ପାଟିଲ ।
ବିଧାୟକ ଶ୍ରୀ ଦାସ ସେଣ୍ଟରରେ ଓଦା ଓ ଶୁଖିଲା ଅଳିଆ ପୃଥିକିକରଣ ଦେଖିବା ସହ ଆଗାମୀ ଦିନରେ ପ୍ରସ୍ତୁତ ହେବାକୁ ଥିବା ଜୈବ ଖତ ର ବହୁଳ ବ୍ୟବହାର ପାଇଁ ଦାୟିତ୍ୱ ନେଇଥିବା ଏସଏଚଜି ମହିଳାଙ୍କୁ ଘରେ ଘରେ ସଚେତନତା ବାର୍ତା ଦେବା ପାଇଁ ଆଲୋଚନା କରିଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୌର ଉପନଗରପାଳ ମନୋଜ ରାଉତ, ଟାଉନ ବିଜେଡି ସଭାପତି ସନତ ଦାସ, ଶାନ୍ତିଲତା ସାହୁ, ଯୁବ ସମାଜସେବୀ ଚିନ୍ମୟ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।