ଗୀତିକାର ଜାଭେଦ ଅଖତର ମାନହାନୀ ମକଦ୍ଦମାରେ କୋର୍ଟକୁ ଆସିଲେନି କଂଗନା ରାଣାୱତ
ମୁମ୍ବାଇ : ଗୀତିକାର ଜାଭେଦ ଅଖତର ମାନହାନି ମକଦ୍ଦମାର ଶୁଣାଣୀରେ ଫିଲ୍ମ ଅଭିନେତ୍ରୀ କଂଗନା ରାଣାୱତ ମଙ୍ଗଳବାର ଦିନ ଅନ୍ଧେରୀସ୍ଥିତ ମାଜିଷ୍ଟେଟ କୋର୍ଟରେ ପହଂଚିଲେ ନାହିଁ । କୋର୍ଟ କଂଗନା ରାଣାୱତଙ୍କୁ ଆସନ୍ତା ତାରିଖ ୨୦ ସେପ୍ଟେମ୍ବରକୁ ଶୁଣାଣୀ ସମୟରେ ଉପସ୍ଥିତ ରହିବାକୁ ଆଦେଶ ଜାରି କରାଯାଇଥିଲା । କୋର୍ଟ କହିଛନ୍ତି ଯେ ଯଦି ଆସନ୍ତା ଶୁଣାଣୀ ସମୟରେ କଂଗନା ରାଣାୱତ କୋର୍ଟରେ ଉପସ୍ଥିତ ରହିବେନାହିଁ, ତେବେ ତାଙ୍କ ବିରୁଦ୍ଧରେ ୱାରେଂଟ ଜାରି କରାଯିବ ।
ଅନ୍ଧେରୀ ମାଜିଷ୍ଟ୍ରେଟ କୋର୍ଟରେ ମଙ୍ଗଳବାର ଦିନ ଗୀତିକାର ଜାଭେଦ ଅଖତର ମାନହାନୀ ମକଦ୍ଦମାର ଶୁଣାଣୀ ହୋଇଥିଲା । ଶୁଣାଣୀ ସମୟରେ ଗୀତିକାର ଜାଭେଦ ଅଖତର, ତାଙ୍କର ପତ୍ନୀ ତଥା ପ୍ରଖ୍ୟାତ ଫିଲ୍ମ ଅଭିନେତ୍ରୀ ଶବାନା ଆଜମୀ ମଧ୍ୟ ଉପସ୍ଥିତ ଥିଲେ । କଂଗନା ରାଣାୱତଙ୍କ ଓକିଲ ରିଜବାନ ସିଦ୍ଦିକି କୋର୍ଟକୁ କହିଛନ୍ତି ଯେ କଂଗନା ରାଣାୱତ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିଲେ । ଏହି କାରଣରୁ ତାଙ୍କର ଦେହ ଖରାପ ଅଛି । ଏହାର ସୂଚନା କଂଗନା ରାଣାୱତ କୋର୍ଟକୁ ଲିଖିତ ରୂପରେ ଦିଆଯାଇଥିଲା, କିନ୍ତୁ ମାଜିଷ୍ଟ୍ରେଟ କୋର୍ଟ ତାଙ୍କର ଆବେଦନକୁ ସେହି ସମୟ ନିରସ୍ତ କରିଥିଲେ । ରିଜୱାନ ସିଦ୍ଦିକୀ କହିଛନ୍ତି ଯେ କଂଗନା ରାଣାୱତ ଏକ ସପ୍ତାହ ପରେ କୋର୍ଟରେ ଉପସ୍ଥିତ ରହିବେ ।