ଖଇରାରେ ଜିଲାପାଳ ଏସ୍ପିଙ୍କ ଜନଶୁଣାଣି ଶିବିର ବିଡିଓଙ୍କ ଅସହଯୋଗ ବିରୋଧରେ ଅଭିଯୋଗ କଲେ ସାମ୍ବାଦିକ
ଖଇରା : ବାଲେଶ୍ୱର ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଓ ଏସପି ସାଗରିକା ନାଥ ତଥା ବିଭିନ୍ନ ବିଭାଗର ଜିଲା ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ସୋମବାର ଦିନ ଖଇରା ଶିକ୍ଷକ ସଂଘ ଭବନ ପରିସରରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ମୋଟ ୧୪୦ଟି ମାମଲାର ଶୁଣାଣି କରାଯାଇଥିଲା । ଖଇରା ବଜାର ସଂଲଗ୍ନ ଆଳଦା ମୌଜାରେ ଠିପି ଖୋଲା ମଦ ଦୋକାନ ସାଙ୍ଗକୁ ବାର ଖୋଳିବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ୩୦ମିଟର ଦୁରରେ ଶିବ ମନ୍ଦିର,୭୦ମିଟର ଦୁରରେ ସାଇ ମନ୍ଦିର ୧୦୦ମିଟର ବ୍ୟବଧାନରେ ୨ବିଦ୍ୟାଳୟ ଓ ନିକଟରେ ଜନବସତି ଥିବାରୁ ଏହାକୁ ବନ୍ଦ କରିବାକୁ ନିଶିକାନ୍ତ ମହାନ୍ତିଙ୍କ ସମେତ ବହୁ ବଜାରବାସୀ ଦାବୀ କରିଥିଲେ । ବାର ରୋଲିବା ପୂର୍ବରୁ ଏକ ଯୁଗ୍ମ ତଦନ୍ତ ପାଇଁ ଅବକାରୀ ବିଭାଗ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । କୌଣସୀ କାର୍ଯ୍ୟକ୍ରମରେ ସ୍ଥାନୀୟ ଗଣମାଧ୍ୟମକୁ ବିଡିଓ ସୂଚନା ପ୍ରଦାନ କରୁନଥିବା ନେଇ ଖଇରା ରେ ବିଭିନ୍ନ ଛାପା ଓ ବୈଦୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଉତ୍କଳବନ୍ଧୁ ପଣ୍ଡା,ତପୋଧନ ବାରିକ,କୈଳାସ ଚନ୍ଦ୍ର ଦାସ,ସଞ୍ଜୟ ବେହେରା,ଛାୟାକାନ୍ତ ମହାନ୍ତି,ରଘୁନାଥ ନାୟକ,ନିଶିକାନ୍ତ ମହାନ୍ତି,ବଳରାମ ଲେଙ୍କା,ଉମେଶ କୁମାର ଜେନା,ଲୋଚନ ରାଉତ,ଆଲୋକ ପଣ୍ଡା,କରୁଣାକର ବିଶ୍ୱାଳ ପ୍ରମୁଖ ଅଭିଯୋଗ କରିଥିଲେ ।କାର୍ଯ୍ୟକ୍ରମ ସମ୍ପାର୍କରେ ଲିଖିତ ଭାବେ ଅବଗତ କରାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । କୁପାରୀ ଓ ବର୍ତ୍ତନା ରାଜସ୍ୱ କ୍ଷେତ୍ରରେ ଚୋରାରେ ଚାଲିଥିବା ମାଙ୍କଡା ଓ ମୋରମ ଖଣି ଗୁଡିକ ବନ୍ଦ କରି ବିଦ୍ଧିବଦ୍ଧ ଟେଣ୍ଡର ପ୍ରକ୍ରିୟାରେ ଚଲାଇ ରାଜସ୍ୱ ହାନୀ ରୋକିବାକୁ ଜିଲାପରିଷଦ ସଭ୍ୟ ଗଜେନ୍ଦ୍ର ପ୍ରସାଦ ଲିଖିତ ଭାବେ ଜଣାଇଥିଲେ । । ପ୍ରଚାର ପ୍ରସାର ଅଭାବରୁ ମାସ ମାସ ଧରି ଅଭିଯୋଗ ଧରି ବସିଥିବା ଜନସାଧାରଣ ମାନେ ସୁଚନା ଅଭାବରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।