ନୀଳଗିରିରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ନୀଳଗିରି : ନୀଳଗିରି ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱରର ଅତିରିକ୍ତ ଜିଲାପାଳ ସୁଧାକର ନାୟକ ଓ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ, ଜିଲା ମୁଖ୍ୟ ଚିକିତ୍ସାଅଧିକାରୀ ଡା. ଦୁଲାଲ ସେନ ଜଗଦେବ, ନୀଳଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶୁଭଲକ୍ଷୀ ମାଝୀ, ତହସିଲଦାର ଦିପ୍ତୀ ମୟୀ ବେହେରା, ବିଡିଓ ରାହୁଲ ମଣ୍ଡଳ ଶିବିରରେ ଯୋଗଦେଇ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ । ଏହି ଶିବିରରେ ମୋଟ ୪୭ ଗୋଟି ଆପତ୍ତି ଅଭିଯୋଗର ଶୁଣାଣି ହୋଇଥିଲା । ଆସିଥିବା ଆପତ୍ତି ଅଭିଯୋଗ ମଧ୍ୟରେ ଜମି ଜମା, ରାସ୍ତା ନିର୍ମାଣର ମନ୍ଥରତା, ଜଳ ଓ ବିଦ୍ୟୁତ୍ ସମସ୍ୟା, ବାର୍ଦ୍ଧକ୍ୟ ଭତ୍ତା, ଡାକ୍ତରୀ ଚିକିତ୍ସା ସମ୍ପର୍କିତ ଅଭିଯୋଗ ଶୁଣାଣି କରିଥିଲେ । ଏହି ଶିବିରରେ ଦୁଇଜଣଙ୍କୁ ୧୦,୦୦୦ ଟଙ୍କା ଏବଂ ଜଣଙ୍କୁ ୫,୦୦୦ ଟଙ୍କା ଡାକ୍ତରୀ ଚିକିତ୍ସା ପାଇଁ ଅର୍ଥ ସହାୟତା ପ୍ରଦାନ ସହିତ ଅନ୍ୟ ଦରଖାସ୍ତକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ଅତିରିକ୍ତ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଏବଂ ନିର୍ଦ୍ଦେଶ ଦେଇଥିଲେ ।