କରଞ୍ଜିଆରେ ଝାଡଖଣ୍ଡୀ ହାତୀପଲ, ଲୋକେ ଆତଙ୍କିତ
କରଞ୍ଜିଆ : କରଞ୍ଜିଆରେ ମାତିଲେ ଗଜରାଜ । ଝାଡଖଣ୍ଡୀ ହାତୀପଲଙ୍କ ଆତଙ୍କରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ସୂଚନା ଯେ, ଗୁରୁବାର ରାତିରେ ବୈତରଣୀ ନଦୀ ପାରହୋଇ ଆସିଥିବା ସୂଚନା । ମୟୁରଭଞ୍ଜ ଜିଲା କରଞ୍ଜିଆ ବନାଞ୍ଚଳ ଖିଚିଂ ନିକଟ ପାର୍ବତୀ ପୁର ଗାଁ ଗୋଟିଏ ଅସ୍ଥାୟୀ ଘର ଭାଙ୍ଗିବା ସହ ବର୍ତ୍ତମାନ ଗାଁ ଆମ୍ବତୋଟାରେ ରହିଛନ୍ତି ୧୮ ଟିକିଆ ଝାଡ଼ଖଣ୍ଡି ହାତୀପଲ । ଗାଁ ନିକଟରେ ହାତୀପଲ ରହୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ, ବନବିଭାଗ ତରଫରୁ ହାତୀଘଉଡାଇବା ଉଦ୍ୟମ ଜାରି ରହିଛି ।