ଜେଇଇ ମେନ-୨୦୨୧ ଫଳାଫଳ ଘୋଷଣା
ନୂଆଦିଲ୍ଲୀ : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଜେଇଇ ମେନ ୨୦୨୧ ପରୀକ୍ଷାର ଫଳାଫଳ ଶୁକ୍ରବାର ଘୋଷଣା କରିଛି । ପ୍ରାୟ ୭ଲକ୍ଷ ପରୀକ୍ଷାର୍ଥୀ ଚଳିତବର୍ଷ ଜେଇଇ ମେନ ପରୀକ୍ଷା ଦେଇଥିଲେ । ଜୁଲାଇ ୨୦, ୨୨, ୨୫ ଏବଂ ୨୭ରେ ପର୍ଯ୍ୟାୟ କ୍ରମେ ପରୀକ୍ଷା କରାଯାଇଥିଲା । ପରୀକ୍ଷାର୍ଥୀ jeemain.nta.nic.inରେ ସେମାନଙ୍କର ରେଜଲ୍ଟ ଦେଖିପାରିବେ । ଏହା ସହ ପରୀକ୍ଷାର ଆନ୍ସର କି ମଧ୍ୟ ପ୍ରକାଶିତ ହୋଇଛି, ପରୀକ୍ଷାର୍ଥୀ ସେମାନଙ୍କର ଉତ୍ତର ଦେଖିବା ସହ ଆନ୍ସର କି ଡାଉନଲୋଡ ମଧ୍ୟ କରିପାରିବେ ।
ରେଜଲଟ ଦେଖିବା ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟ୍ jeemain.nta.nic.in କୁ ଯାଆନ୍ତୁ । ଏହାପରେ ‘JEE Main 2021’ ଉପରେ କ୍ଳିକ କରନ୍ତୁ ।ଆପଣଙ୍କର ଆପ୍ଲିକେସନ ନମ୍ବର ଏବଂ ଅନ୍ୟାନ୍ୟ ବିବରଣୀ ଦିଅନ୍ତୁ । ଏହାପରେ ଆପଣ ଆପଣଙ୍କର ରେଜଲ୍ଟ ସ୍କ୍ରିନରେ ଦେଖିପାରିବେ ।ରେଜଲ୍ଟକୁ ଡାଉନଲୋଡ କରିବା ସହ ପ୍ରିଣ୍ଟ ନେଇପାରିବେ ।