ଆଇପିଏଲ-୨୦୨୨ : ଶ୍ରେୟସ ଆୟର କେକେଆର ଅଧିନାୟକ
ମୁମ୍ବାଇ : ଶ୍ରେୟସ ଆୟରଙ୍କୁ ମିଳିଲା ବଡ ଦାୟିତ୍ୱ । କୋଲକାତା ନାଇଟ ରାଇଡର୍ସ ତାଙ୍କୁ ଦଳର ଅଧିନାୟକ ଭାବେ ଘୋଷଣା କରିଛି । ଆୟରଙ୍କ ନେତୃତ୍ୱରେ ୨୦୨୨ଆଇପିଏଲ ମଇଦାନକୁ ଓହ୍ଲାଇବା କେକେଆର ଟିମ । ଏନେଇ କେକେଆର୍ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।
ଗତ ଆଇପିଏଲ ସଂସ୍କରଣରେ ଇଂଲିଶ ବ୍ୟାଟସମ୍ୟାନ ଇଅନ ମୋର୍ଗାନ କେକେଆରର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ନେତୃତ୍ୱରେ କେକେଆର ଫାଇନାଲ ମଧ୍ୟ ଖେଳିଥିଲା । ହେଲେ ମେଗା ନିଲାମ ପୂର୍ବରୁ କେକେଆର ତାଙ୍କୁ ରିଲିଜ୍ କରି ଦେଇଥିଲା । ଏପରି କି ନିଲାମ ବେଳେ ତାଙ୍କ ପାଇଁ ବୋଲି ମଧ୍ୟ ଲଗାଇ ନଥିଲା । ମୋର୍ଗାନଙ୍କ ବଦଳରେ କେକେଆର ଭାରତର ଷ୍ଟାର୍ ବ୍ୟାଟର୍ ଶ୍ରେୟସ ଆୟରଙ୍କୁ ବଡ଼ ଦାମରେ କିଣିଥିଲା । ଆୟରଙ୍କ ବେସ୍ ପ୍ରାଇସ ୨ କୋଟି ଟଙ୍କା ଥିବା ବେଳେ କୋଲକାତା ତାଙ୍କୁ ୧୨.୨୫ କୋଟି ଟଙ୍କାରେ କିଣିଥିଲା | ପୂର୍ବରୁ ଆୟର ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ପକ୍ଷରୁ ଖେଳିଥିଲେ । ସେ ମଧ୍ୟ ଦିଲ୍ଲୀ ଟିମର କ୍ୟାପଟେନ୍ ମଧ୍ୟ ରହିଆସିଥିଲେ | ହେଲେ ଚଳିତ ସଂସ୍କରଣ ପାଇଁ ସେ ନିଜକୁ ଟିମରୁ ରିଲିଜ୍ କରିନେଇଥିଲେ ।