ଆନ୍ତର୍ଜାତୀୟ ବାଘ ଦିବସ : ଶେଷ ଗଣନା ଅନୁଯାୟୀ କାଜିରଙ୍ଗାଠାରେ ସମୁଦାୟ ୧୨୧ ବାଘ
- ଅଧିକ ଘନତା ହେତୁ ବାଘମାନେ ଅନ୍ୟ ଅଂଚରେ ଘର ସ୍ଥାପନା କରୁଛନ୍ତି
କାଜିରଙ୍ଗା : ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପୁରା ବିଶ୍ୱରେ ପାଳନ କରାଯାଉଛି । ୨୦୧୦ ବର୍ଷଠାରୁ ବାଘ ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତି ବର୍ଷ ୨୯ ଜୁଲାଇକୁ ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ରୂପେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ କାଜିରଙ୍ଗା ଜାତୀୟ ଉଦ୍ୟାନର ଅଧିକାରୀମାନେ ୨୦୨୦ ବର୍ଷର ଗଣନା ଅନୁଯାୟୀ କାଜିରଙ୍ଗାରେ ୧୨୧ ବାଘ ଅଛନ୍ତି ବୋଲି କହିଥିଲେ । ୨୦୧୮ରେ ଅଖିଳ ଭାରତୀୟ ସ୍ତରରେ ହୋଇଥିବା ଜନଗଣନା ଅନୁସାରେ ରାଷ୍ଟ୍ରୀୟ ବାଘ ସଂରକ୍ଷଣ ପ୍ରାଧିକରଣ ଅନୁମାନ କରି କହିଛନ୍ତି ଯେ, କାଜିରଙ୍ଗା ବାଘ ପ୍ରକଳ୍ପ ଅଂଚଳରେ ୧୩୫ରୁ ୧୪୧ ବାଘ ଥିଲେ ।
ଗତ ୨୩ ବର୍ଷ ଧରି କାଜିରଙ୍ଗା ଜାତୀୟ ଉଦ୍ୟାନ ତଥା ରୟାଲ ବେଙ୍ଗଲ ଟାଇଗର ଭଳି ବନ୍ୟଜନ୍ତୁ ଉପରେ ଅନୁସନ୍ଧାନ କରୁଥିବା କାଜିରଙ୍ଗା ଜାତୀୟ ଉଦ୍ୟାନର ଅନୁସନ୍ଧାନ ଅଧିକାରୀ ରବୀନ୍ଦ୍ର ନାଥ ଶର୍ମା ଏହା ପ୍ରକାଶ କରିଛନ୍ତି । ଅନୁସନ୍ଧାନ ଅଧିକାରୀ କହିଛନ୍ତି ଯେ, ପୂର୍ବରୁ କ୍ୟାମେରା ମାଧ୍ୟମରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ବାଘ ଗଣନା କରାଯାଇନଥିଲା । ବାଘ ଗଣନା ପ୍ରଥମେ ୨୦୦୦ ମସିହାରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ କରାଯାଇଥିଲା । ବାଘର ଶରୀରକୁ ଦେଖି ବାଘକୁ ଗଣନା କରାଯାଇଥିଲା ।
୨୦୦୦ ମସିହାରେ ପ୍ରଥମ ଗଣନା କରିବା ସମୟରେ ୭୨ ବାଘ ଦେଖାଯାଇଥିଲା । କିନ୍ତୁ ଏହି ସଂଖ୍ୟା ବିଶ୍ୱାସକୁ ନିଆଯାଇନଥିଲା । ଏଥିପାଇଁ କ୍ୟାମେରା ସାହାଯ୍ୟରେ ବାଘ ଗଣନା କରିବାକୁ ବିଚାର କରାଯାଇଥିଲା । କ୍ୟାମେରା ଟେପିଙ୍ଗ କାରଣରୁ ପୂର୍ବୋତରରେ ପ୍ରଥମ ତର ୨୦୦୯ ମସିହାରେ ବାଘ ମାନଙ୍କର ଗଣନା କରାଯାଇଥିଲା । କାଜିରଙ୍ଗା ଜାତୀୟ ଉଦ୍ୟାନ ଏବଂ ଅରଣ୍ୟକ ନାମକ ଏକ ଏନଜିଓ ସହଯୋଗରେ କାଜିରଙ୍ଗା ଟାଇଗର ପ୍ରୋଜେକ୍ଟ ଅଂଚଳରେ ୭୦ ପ୍ରତିଶତ ଟ୍ରେଲ ମାଷ୍ଟର କ୍ୟାମେରା ସହିତ ଗଣାଯାଇଥିଲା ।