ଭାରତୀୟ ନୌସେନାରେ ଆଇଏନ୍ଏସ୍ ବିଶାଖାପଟନମ୍
ବିଶାଖାପାଟଣା : ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନଏସ ବିଶାଖାପଟନମ୍ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଦେଶବାସୀଙ୍କୁ ସମର୍ପିତ କରିଛନ୍ତି । ମୁମ୍ବାଇ ଡକ୍ ୟାଡରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୌସେନା ମୁଖ୍ୟ ଆଡମିରାଲ୍ କରମବୀର ସିଂ ମଧ୍ୟ ଉପସ୍ଥିତ ଥିଲେ । ଆଇଏନଏସ ବିଶାଖାରାଟନମ୍ ନୌସେନାରେ ସାମିଲ ହେବା ପରେ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଏକ ନୂଆ ଇତିହାସ ସୃଷ୍ଟି କରିଛି ।
ସମୁଦ୍ରକୁ ଓହ୍ଲାଇଲା ଦେଶର ନୂଆ ରକ୍ଷକ । ହିନ୍ଦ ଓ ପ୍ରଶାନ୍ତ ମହାସାଗରରେ ବଢ଼ିବ ଭାରତର ଶକ୍ତି । ରବିବାର ନୌସେନାରେ ସାମିଲ ହୋଇଛି ଆଇଏନଏସ୍ ବିଶାଖାପଟନମ୍ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଇଏନଏସ୍ ବିଶାଖାପଟ୍ଟନମକୁ ନୌସେନାରେ ସାମିଲ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବାୟୁସେନାର ଆକ୍ରମଣରୁ ବର୍ତିବା ପାଇଁ ଏଥିରେ ୩୨ ବାରାକ୍ ମିସାଇଲ୍ ଖଞ୍ଜା ହୋଇଛି । ସମୁଦ୍ରତଟରେ ସମ୍ମୁଖରୁ ଆସୁଥିବା ସମସ୍ତ ଶତ୍ରୁକୁ ଧ୍ୱଂସ କରିବାର କ୍ଷମତା ରଖିଛି ଆଇଏନଏସ୍ ବିଶାଖାପଟନମ । ଏହାର ଓଜନ ୭ ହଜାର ୪୦୦ ଟନ୍ ହୋଇଥିବାବେଳେ ଲମ୍ବ ହେଉଛି ୧୬୩ ମିଟର ଓ ଚଉଡା ୧୭ ମିଟର । ନୌସେନାରେ ଆଇଏନଏସ୍ ବିଶାଖାପଟନମ ସାମିଲ ହେବା ପରେ ସମୁଦ୍ରରେ ଆହୁରି ଶକ୍ତିଶାଳୀ ହୋଇଛି ଭାରତ । କେବଳ ନିଜ ଆବଶ୍ୟକତା ପାଇଁ ନୁହେଁ ଭାରତ ସମଗ୍ର ବିଶ୍ୱରେ ଥିବା ଦେଶମାନଙ୍କ ପାଇଁ ଆବଶ୍ୟକ ଜାହାଜ ନିର୍ମାଣ କରିପାରିବ ବୋଲି ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ।
ସବୁଠାରୁ ଶକ୍ତିଶାଳୀ ମିଶାଇଲ୍ ବ୍ରହ୍ମସକୁ ଆଇଏନଏସ୍ ବିଶାଖପାଟଣାରୁ ଉତକ୍ଷେପଣ କରାଯାଇ ପାରିବ । ୩୦୦ କିଲୋମିଟରର ଲକ୍ଷ୍ୟଭେଦ କ୍ଷମତା ଥିବା ୧୬ଟି ବ୍ରୋହ୍ମସ ମିସାଇଲ ଏଥିରେ ଲଗାଯାଇ ପାରିବ । ଆକାଶ ପଥରେ ୧୫୦ କିମି ଲକ୍ଷ୍ୟଭେଦ କ୍ଷମତା ରଖିଥିବା ୮ଟି ବାରାକ ମିସାଇଲ୍ ମଧ୍ୟ ଏଥିରେ ଖଞ୍ଜା ଯାଇ ପାରିବ । ଭୂପୃଷ୍ଠରୁ ଆକାଶ, ଆଂଟି ସବମରାଇନ୍ ରକେଟ୍, ସଟ୍ ରେଞ୍ଜ ଗନ୍ ମଧ୍ୟ ଆଇଏନଏସ୍ ବିଶାଖାପଟନମରେ ଲାଗି ପାରିବ । ଏହି ଯୁଦ୍ଧ ପୋତରେ ୩୧୨ ଜଣ ନୌସେନା ଅଧିକାରୀ କାମ କରିବେ । ଯୁଦ୍ଧ ସମୟରେ ଶତ୍ରୁର ପରମାଣୁ କିମ୍ବା ରସାୟନିକ ଅସ୍ତ୍ରକୁ ମଧ୍ୟ ଏହା ପ୍ରତିହତ କରି ପାରିବାର କ୍ଷମତା ରହିଛି ଆଇଏନଏସ୍ ବିଶାଖାପାଟଣାରେ । ଏବେ ଏହି ବିଧ୍ୱଂସକାରୀ ବିଶାଖାପଟନମ ଭାରତୀୟ ସେନାରେ ସାମିଲ ହେବା ପରେ ଦେଶର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇଛି । ଆଇଏନ୍ଏସ୍ ବିଶାଖାପଟନମ୍ ଫୋର୍ଥ -ଷ୍ଟିଲ୍ଥ୍ ଗାଇଡେଡ୍-ମିସାଇଲ୍ ଡେଷ୍ଟ୍ରୟର୍ ଜାହାଜରୁ ଗୋଟିଏ । ମାଜଗାଓଁ ଡକ୍ ସିପ୍ ବିଲ୍ଡର୍ସ ଏହି ଯୁଦ୍ଧ ଜାହାଜକୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରିଛି । ମୁମ୍ବାଇ ସ୍ଥିତ ନୌସେନା ଡକ୍ୟାର୍ଡରେ ଆଇଏନ୍ଏସ୍ ବିଶାଖାପଟନମକୁ ସାମିଲ କରାଯାଇଛି ।