ଭାରତ-ନେପାଳ ସମ୍ବନ୍ଧ ହିମାଳୟ ପରି ମଜବୁତ : ପ୍ରଧାନମନ୍ତ୍ରୀ ମୋଦୀ
୬ ରାଜିନାମା ଉପରେ ଲାଗିଲା ମୋହର
ନେପାଳରେ ୬୯୫ ମେଗାୱାଟ ପ୍ଲାଂଟ ନିର୍ମାଣ କରିବ ଭାରତ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତମାନ ବୈଶ୍ୱିକ ପରିଦୃଶ୍ୟରେ ଭାରତ ଏବଂ ନେପାର ମଜବୁତ ହେଉଥିବା ସମ୍ପର୍କର ଉଦାହରଣ ଦେଇ କହିଛନ୍ତି ଯେ ଦୁଇ ଦେଶର ମିତ୍ରତା ଏବଂ ଘନିଷ୍ଠତା ସମ୍ପୂର୍ଣ୍ଣ ମାନବତାର ହିତ ପାଇଁ କାମ କରିବ । ସେ କହିଛନ୍ତି ଯେ ଭାରତ ଏବଂ ନେପାଳ ସମ୍ପର୍କ ହିମାଳୟ ପରି ଉଚ୍ଚା ଏବଂ ସେତିକି ମଜଭୁତ ଅଟେ । ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ଦିନ ଲୁମ୍ବିନୀ, ନେପାଳରେ ବୁଦ୍ଧ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରି କହିଛନ୍ତି ଯେ ମାୟାଦେବୀ ମନ୍ଦିରରେ ଦର୍ଶନ ସମୟ ଅବିସ୍ମରଣୀୟ ଅଟେ । ସେଠାର ଶକ୍ତି ଏବଂ ଚେତନା ଏକ ଅଲଗା ଅନୁଭୂତି । ମୋଦୀ କହିଛନ୍ତି ଯେ ତାଙ୍କ ପୂର୍ବରୁ ବୈଶାଖ ପୂର୍ଣ୍ଣିମା ଦିନରେ ଭଗବାନ ବୁଦ୍ଧଙ୍କ ସହିତ ଯୋଡ଼ିଥିବା ଦିବ୍ୟ ସ୍ଥଳ ଏବଂ ଆୟୋଜନରେ ଯିବାର ଅବସର ମିଳିଛି ।
ସୋମବାର ନେପାଳ ଗସ୍ତ ଶେଷ କରି ଭାରତ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁଇ ଦେଶର ସଂପର୍କ ନିବିଡ ପାଇଁ ଦୁଇ ଦେଶର ରାଷ୍ଟ୍ରାଧ୍ୟକ୍ଷ ପ୍ରତିବଦ୍ଧତା ଜଣାଇଛନ୍ତି । ଭାରତ ଏବଂ ନେପାଳ ମଧ୍ୟରେ ବିଦ୍ୟୁତ କାରବାର ନେଇ ରାଜିନାମା ହୋଇଛି । ଏହାରି ଆଧାରରେ ଦୁଇ ଦେଶ ମିଶି ୬୯୫ ମେଗାୱାଟ ହାଇଡ୍ରୋପାୱାର ପ୍ଲାଂଟ ନିର୍ମାଣ କରିବେ । ଭାରତ ନେପାଳରେ ହାଇଡ୍ରୋପାୱାର ପ୍ଲାଂଟ ବ୍ୟତୀତ ଆନୁସଙ୍ଗିକ ଭିତିଭୂମିର ବିକାଶ ପାଇଁ ଅରବ ଡଲାର ଖର୍ଚ୍ଚ କରୁଛି ।
ନେପାଳରେ ଚୀନର ବଢୁଥିବା ଗତିବିଧି ମଧ୍ୟରେ ଭାରତର ଏମିତି ପଦକ୍ଷେପ ଦୁଇ ଦେଶର ସଂପର୍କ ଆହୁରି ମଜବୁତ ହୋଇପାରେ । ଏହା ବାଦ୍ ନେପାଳରେ ଭାରତର ପ୍ରଭାବ ମଧ୍ୟ ବଢିପାରେ । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେପାଳ ଯାତ୍ରାରେ ଦୁଇ ଦେଶ ମଧ୍ୟରେ ୬ଟି ରାଜିନାମା ସ୍ୱାକ୍ଷରିତ ହୋଇଛି । ନେପାଳ ବିଦ୍ୟୁତ୍ ପ୍ରାଧୀକରଣର ମନ୍ତ୍ରଣାଳୟର ମୁଖପାତ୍ର ସୁରେଶ ବହାଦୂର ଭଟ୍ଟରାଇଙ୍କ ଅନୁଯାୟୀ, ଭାରତର ସତଲେଜ ଜଳ ବିଦ୍ୟୁତ୍ ନିଗମ ଲିମିଟେଡ୍ ଏବଂ ନେପାଳ ସରକାରଙ୍କ ବିଜୁଳି କମ୍ପାନୀ ନେପାଳ ବିଦ୍ୟୁତ ପ୍ରାଧୀକରଣ (ଏନଇଏ) ଦ୍ୱାରା ନେପାଳର ପୂର୍ବରେ ଅରୁଣ ନଦୀ ଉପରେ ମିଳିତ ଭାବେ ୫୧ ପ୍ରତିଶତ ଏବଂ ୪୯ ପ୍ରତିଶତ ଅନୁପାତରେ ହାଇଡ୍ରୋପାୱାର ପ୍ଲାଂଟ ନିର୍ମାଣ କାରଯିବ । ନ୍ୟୁଜ୍ ଏଜେନ୍ସି ରୟଟର୍ସ ମୁତାବକ ଏହି ପ୍ରକଳ୍ପରେ ନେପାଳକୁ ମାଗଣାରେ ୧୫୨ ମେଗାୱାଟ ବିଜୁଳି ମିଳିବ । ବାକି ଦୁଇ କମ୍ପାନୀ ମଧ୍ୟରେ ୫୧ ପ୍ରତିଶତ ଏବଂ ୪୯ ଆଧାରରେ ବିଜୁଳି ଆବଂଟନ କରାଯିବ । ନେପାଳରେ ମୋଟ୍ ୮୨୫୦ ମେଗାୱାଟ ବିଜୁଳି ଉତ୍ପାଦନ କରାଯିବାର ଯୋଜନା ରହିଛି । ରାଜିନାମା ଅନୁଯାୟୀ, ନେପାଳ ଭାରତକୁ ଅତିରିକ୍ତ ଉର୍ଜା ରପ୍ତାନୀରେ ସାହାଯ୍ୟ କରିବ । ନେପାଳରେ ମୋଟ୍ ୪୨୦୦୦ ମେଗାୱାଟ ଜଳବିଦ୍ୟୁତ୍ ଉତ୍ପାଦନର କ୍ଷମତା ରହିଛି ।