ସଂକ୍ରମଣ ବୃଦ୍ଧିର ଦୈନିକ ବିଶ୍ଳେଷଣ କରାଯିବ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ପୂଜା ସମୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମଣ ବଢୁଛି, ତାହାର ଦୈନିକ ବିଶ୍ଲେଷଣ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ସେ କହିଛନ୍ତି ଯେ କରୋନା କଟକଣା ମାନିବାରେ ଟିକେ ବ୍ୟତିକ୍ରମ ହେଲେ ସଂକ୍ରମଣ ବଢ଼ିବାର ଯଥେଷ୍ଟ ସମ୍ଭାବନା ଅଛି ।
ସ୍ୱାସ୍ଥ୍ୟ ବିଭାଗ ପାଇଁ ପୂଜା ପାଖରୁ ଚ୍ୟାଲେଞ୍ଜ ଆରମ୍ଭ ହୋଇଗଲା । ଯେଉଁଠି ଅଧିକ ସଂକ୍ରମଣ ବଢୁଛି, ସେଠାରେ କେଂଟନମେଂଟ ଜୋନ୍ କରିବା ପାଇଁ କେନ୍ଦ୍ର ସରକାର କହିଛନ୍ତି । କଟକ ଓ ଭୁବନେଶ୍ୱର ସଂକ୍ରମଣ ଅଧିକ ରହୁଛି । ଏଣୁ କଡ଼ାକଡ଼ି ନିୟମ ପାଳନ ଉପରେ ଅଧିକ ଫୋକସ ରହିଛି । ଭିଡ଼କୁ ଏଡେଇବା ପାଇଁ ଅଧିକାରୀଙ୍କୁ କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଭିଡିଓ କନଫରେନ୍ସିଂରେ ଆଲୋଚନା ହୋଇଛି ।ଏହାଛଡ଼ା ପୂଜାରେ ସତର୍କ ରହିବା ଦରକାର ।