ପିଆରଏମ ମେଡିକାଲ କଲେଜରେ ଆଇସିୟୁ , ଅକ୍ସିଜେନ ପ୍ଲାଂଟ ଲାବରେଟୋରି ଶୁଭାରମ୍ଭ
ବାରିପଦା : ରିଖ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ଏବଂ ହସ୍ପିଟାଲରେ ରେ ନୂତନ କାଜୁଆଲଟି ୱାର୍ଡ ସାଙ୍ଗକୁ ଅତ୍ୟାଧୁନିକ ଆଇସିୟୁ ,ଲିକୁଇଡ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ଏବଂ ଥାଇରଏଡ ପରୀକ୍ଷଣ ନିମନ୍ତେ କେନ୍ଦ୍ରୀୟ ଲାବରେଟୋରି ର ଶୁଭାରମ୍ଭ ହୋଇଯାଇଛି । ରୋଗୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ଏହି ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାକୁ ଆନୁଷ୍ଠାନିକ ଭାବେ ମୟୁରଭଞ୍ଜ ଜିଲ୍ଲପାଳ ବିନୀତ ଭରଦ୍ୱାଜ ଶୁଭାରମ୍ଭ କରି ପ୍ରତ୍ୟେକ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ସ୍ଥିତି ଅନୁଧ୍ୟାନ କରିଥିଲେ । ଏବଂ ଆଗାମୀ ଦିନରେ ଏହି ସେବା ରୋଗୀମାନଙ୍କ ପାଇଁ ବେଶ ଉୋଗୀ ହେବା ସହିତ ରୋଗୀମାନେ ପ୍ରତ୍ୟକଟି ସ୍ୱାସ୍ଥ୍ୟ ପରୀକ୍ଷା ନିଶୁଳ୍କ ଭାବେ କରିାରିବେ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ହସ୍ପିଟାଲ ରିସର ଭିତରେ ବିଭିନ୍ନ ପରୀକ୍ଷଣ ନିମନ୍ତେ ଶୀଘ୍ର ରୋଗୀମାନଙ୍କୁ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଦୁଇଟି ବ୍ୟାଟେରି ଚାଳିତ ନିଶୁଳ୍କ ଆମ୍ବୁଲାନ୍ସ ସେବା ମଧ୍ୟ ଉଦଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପିଆରଏମ୍ ମେଡିକାଲ କଲେଜ ର ସୁପରିନଟେଣ୍ଡେଟ ଡ଼ା ପ୍ରତିଭା ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ରୂପଭାନୁ ମିଶ୍ର, ଏଡିଏମଓ ଡ଼ା ନିହାର ରଞ୍ଜନ ଦାସ, ପିଏ ଆଇଟିଡିଏ ବସନ୍ତ କୁମାର ସେଠୀ, ରେଡ଼ିଓଲୋଜିଷ୍ଟ ଡା. ଜ୍ଞାନେନ୍ଦ୍ର କୁମାର ମହାନ୍ତି, ଜିଲ୍ଲା ମ୍ୟାଲେରିଆ ଅଧିକାରୀ ବନମାଳୀ ପ୍ରଧାନ, ହସ୍ପିଟାଲ ମେନେଜର ସମୀର ରଂଜନ ମହ।।ଗାଇ ଦେବା ଉଦ୍ଦେଶ୍ୟରେ ଦୁଇଟି ବ୍ୟାଟେରି ଚାଳିତ ନିଶୁଳ୍କ ଆମ୍ବୁଲାନ୍ସ ସେବା ମଧ୍ୟ ଉଦଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପିଆରଏମ୍ ମେଡିକାଲ କଲେଜ ର ସୁପରିନଟେଣ୍ଡେଟ ଡ଼ା ପ୍ରତିଭା ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ରୂପଭାନୁ ମିଶ୍ର, ଏଡିଏମଓ ଡ଼ା ନିହାର ରଂଜନ ଦାସ, ପିଏ ଆଇଟିଡିଏ ବସନ୍ତ କୁମାର ସେଠୀ, ରେଡ଼ିଓଲୋଜିଷ୍ଟ ଡା. ଜ୍ଞାନେନ୍ଦ୍ର କୁମାର ମହାନ୍ତି, ଜିଲ୍ଲା ମ୍ୟାଲେରିଆ ଅଧିକାରୀ ବନମାଳୀ ପ୍ରଧାନ, ହସ୍ପିଟାଲ ମେନେଜର ସମୀର ରଂଜନ ମହାପାତ୍ର ଓ ବିନୋଦିନୀ ଦାସ ପ୍ରମୁଖ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।