୨୦୧୯ରେ ଜାତୀୟ ରାଜପଥରେ ଘଟିଛି ୧,୩୭,୧୯୧ ଦୁର୍ଘଟଣା
ନୂଆଦିଲ୍ଲୀ : ବର୍ଷ ୨୦୧୯ରେ ଦେଶରେ ଏକ୍ସପ୍ରେସଓ୍ବେ ସମେତ ଜାତୀୟ ରାଜପଥରେ ମୋଟ ୧,୩୭,୧୯୧ ଦୁର୍ଘଟଣା ଘଟିଛି । ଏନେଇ ସୂଚନା ଦେଇଛନ୍ତି ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ । ଜଣେ ସଦସ୍ୟଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ମାଧ୍ୟମରେ ଏହି ତଥ୍ୟ ରଖିଛନ୍ତି ମନ୍ତ୍ରୀ ।
ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି, ୨୦୧୮ରେ ଏକ୍ସପ୍ରେସୱେ ସମେତ ଜାତୀୟ ରାଜପଥ (ଏନଏଚ) ରେ ୧,୪୦,୮୪୩ ଦୁର୍ଘଟଣା ଘଟିଥିଲା । ସେହିପରି ୨୦୧୯ ମସିହାରେ ୧,୩୭,୧୯୧ ଦୁର୍ଘଟଣା ଘଟିଛି । ସେହିପରି ସମଗ୍ର ଦେଶରେ ପ୍ରାୟ ୩,୪୦୦ କିଲୋମିଟର ଜାତୀୟ ରାଜପଥ ୬ ଟିକିଆ ରାସ୍ତାରେ ପରିଣତ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ଗଡକରୀ କହିଛନ୍ତି ଯେ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଆଇ) ଦ୍ବାରା ପୁରସ୍କୃତ କରାଯାଉଥିବା ରାଜପଥ ଗୁଡିକରେ ବୈଦ୍ୟୁତିକ ଯାନ ଚାର୍ଜିଂ ଷ୍ଟେସନ୍ ନିର୍ମାଣ କରାଯିବ ।